ବନେଟ୍‌ ଉପରେ ଶୋଇ ବିରୋଧ କରୁଥିଲେ ମହିଳା, ହାତଗୋଡ଼ ବାନ୍ଧି ଅଧ କିଲୋମିଟର ଘୋଷାଡ଼ି ନେଇଗଲା ପୋଲିସ; ୩ ନିଲମ୍ବିତ

କାର୍‌ର ବନେଟ୍‌ରେ ବାନ୍ଧି ଜଣେ ମହିଳାଙ୍କୁ ପାଖାପାଖି ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି ପୋଲିସ। ଘଟଣା ମଧ୍ୟ ପ୍ରଦେଶର ନରସିଂହପୁର ଗୋଟେଗାଁର ବୋଲି ଜଣାପଡ଼ିଛି। ଏହାର ଭିଡିଓ ଆସିବା ପରେ ଘଟଣାରେ ୩ ପୋଲିସକର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

କାର୍‌ର ବନେଟ୍‌ରେ ବାନ୍ଧି ଜଣେ ମହିଳାଙ୍କୁ ପାଖାପାଖି ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି ପୋଲିସ। ଘଟଣା ମଧ୍ୟ ପ୍ରଦେଶର ନରସିଂହପୁର ଗୋଟେଗାଁର ବୋଲି ଜଣାପଡ଼ିଛି। ଏହାର ଭିଡିଓ ଆସିବା ପରେ ଘଟଣାରେ ୩ ପୋଲିସକର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୋମବାର ପୋଲିସ ଏକ ଚୋରା ଚାଲାଣ ମାମଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିଲା। ଏହି ସମୟରେ ଅଭିଯୁକ୍ତଙ୍କ ମା’ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ହଠାତ୍‌ ସେ ପୋଲିସ ଗାଡ଼ି ସାମ୍ନାକୁ ଚାଲିଆସି କାର୍‌ର ବନେଟ୍‌ ଉପରେ ଶୋଇ ପଡ଼ିଥିଲେ।

ହେଲେ ପୋଲିସ ମହିଳାଙ୍କୁ ବନେଟ୍‌ରୁ ହଟାଇବା ବଦଳରେ ସେପରି ଅବସ୍ଥାରେ ହିଁ ତାଙ୍କୁ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଖାସ୍‌ କଥା ହେଉଛି, ପୋଲିସକର୍ମୀମାନେ ବ୍ୟକ୍ତିଗତ କାର୍‌ରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସିଥିଲେ।

ସେମାନେ ବନେଟ୍‌ ଉପରେ ଶୋଇ ବିରୋଧ କରୁଥିବା ମହିଳାଙ୍କୁ ଲଟକିଥିବା ଅବସ୍ଥାରେ ହିଁ ଥାନାକୁ ନେଇ ଯାଇଥିଲେ। ସ୍ଥାନୀୟ ଏସ୍‌ପି ଅମିତ୍‌ ସିଂ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ପୋଲିସ କବଳରୁ ମୁକ୍ତ କରିବା ପାଇଁ ମହିଳା ଜଣକ ଲୋକଙ୍କୁ ସାଙ୍ଗରେ ଧରି ଆସିଥିଲେ। କିନ୍ତୁ ପୋଲିସକର୍ମୀମାନଙ୍କୁ ଏପରି କରିବାର ନ ଥିଲା। ଏହା ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.