ତାଲିବାନରେ ମହିଳାଙ୍କ ଉପରେ ପୁଣି ଏକ ମାଡ଼, ଚଳାଇ ପାରିବେନି ବ୍ୟୁଟି ପାର୍ଲର

ଆଫଗାନୀସ୍ତାନରେ ତାଲିବାନ ଶାସନ ଆସିବା ପରେ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି । ପାଠ ପଢ଼ା, ଚାକିରି ଓ ସର୍ବସାଧାରଣରେ ମହିଳାଙ୍କ କାର୍ଯ୍ୟ କରିବା ନେଇ କଡା ବାରଣ ଥିବା ବେଳେ ଏବେ ପୁଣିଥରେ ମହିଳାଙ୍କ ଉପରେ ଲାଗୁ ହୋଇଛି ଆଉ ଏକ ନିୟମ ।

ଇସଲାମବାଦ : ଆଫଗାନୀସ୍ତାନରେ ତାଲିବାନ ଶାସନ ଆସିବା ପରେ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି । ପାଠ ପଢ଼ା, ଚାକିରି ଓ ସର୍ବସାଧାରଣରେ ମହିଳାଙ୍କ କାର୍ଯ୍ୟ କରିବା ନେଇ କଡା ବାରଣ ଥିବା ବେଳେ ଏବେ ପୁଣିଥରେ ମହିଳାଙ୍କ ଉପରେ ଲାଗୁ ହୋଇଛି ଆଉ ଏକ ନିୟମ ।

ଆଫଗାନିସ୍ତାନରେ ମହିଳାମାନେ ଆଉ ବ୍ୟୁଟି ପାର୍ଲର ଖୋଲି ପାରିବେନି । ତେବେ ଏ ସମ୍ପର୍କରେ ମନ୍ତ୍ରୀ ମହମ୍ମଦ ସିଦିକ ସବିଶେଷ ତଥ୍ୟ ଦେଇ ନଥିଲେ ମଧ୍ୟ ସୋସିଆଲ ମଡିଆରେ ଦେଖାଯାଉଥବା ନର୍ଦ୍ଦେଶନାମାକୁ ସେ ସତ୍ୟ ବୋଲି କହିଛନ୍ତି । ଜୁନ ୨୪ ରେ ଏ ସମ୍ପର୍କୀତ ଚିଠି ପ୍ରକାଶ ପାଇଛି ।

ଏହା ମୁଖ୍ୟ ନେତା ହିବାତୁଲ୍ଲା ଆଖୁନଜାଡାଙ୍କ ଏକ ଭର୍ବାଲ ଅର୍ଡରକୁ ନେଇ କରାଯାଇଛି ବୋଲି ତାଲିବାନ ମୁଖପାତ୍ର କହିଛନ୍ତି । ତେଣୁ ମାସକ ଆଗରୁ ଏହି ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିପାଇଁ ମହିଳାମାନେ ସେମାନଙ୍କର ବ୍ୟୁଟି ପାର୍ଲର ବ୍ୟବସାୟ ବନ୍ଦ କରି ସରକାରଙ୍କୁ ଏ ସମ୍ପର୍କୀତ ରିପୋର୍ଟ ଦାଖଲ କରିପାରିବେ ।

ଆଫଗାନରେ ବାସ କରୁଥିବା ମହିଳାଙ୍କ ଉନ୍ନତି ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ସୁପ୍ରିମ ଲିଡର ଆଖୁନଜାଡାଙ୍କ ଘୋଷଣାର ଦିନକ ପରେ ବ୍ୟୁଟି ପାର୍ଲର ବ୍ୟାନ ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ତେବେ ଏହାକୁ ନେଇ ଆଫଗାନରେ ବିରୋଧର ସ୍ୱର ଉଠିଛି ।

ପୁରୁଷଙ୍କ ପାଇଁ କାମ ଧନ୍ଦା ନଥିବା ବେଳେ ମହିଳାମାନେ ବ୍ୟୁଟି ପାର୍ଲର ମାଧ୍ୟମରେ କିଛି ଅର୍ଥ ରୋଜଗାର କରି ପରିବାର ଚଳାଉଥିଲେ । ତାହା ଯଦି ବନ୍ଦ କରିଦିଆଯାଏ,ତେବେ ଲୋକେ କିପରି ବଂଚିବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ପ୍ରଥମେ ପୁରୁଷଙ୍କ ପାଇଁ କାମର ବ୍ୟବସ୍ଥା କରାଯାଇ ତା’ପରେ ବ୍ୟୁଟି ପାର୍ଲର ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.