ଦେଶ ବିଦେଶ

ଆମେରିକାରେ ବାର୍ଡ ଫ୍ଲୁ ! ପୁଣି ମଣିଷଠାରେ ଚିହ୍ନଟ ହେଲା ଭାଇରସ୍‌; ଅଷ୍ଟ୍ରେଲିଆରେ ଭାରତ ଫେରନ୍ତା ଶିଶୁ ଆକ୍ରାନ୍ତ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ବାର୍ଡ ଫ୍ଲୁ ଆତଙ୍କ । ବର୍ତ୍ତମାନ ଆମେରିକାରେ ମଣିଷଠାରେ ବାର୍ଡ ଫ୍ଲୁର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି । ଏହା ପୂର୍ବରୁ ଟେକ୍ସାସ୍‌ର ଜଣେ ବ୍ୟକ୍ତିଙ୍କଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ନିଶ୍ଚିତ ହୋଇଥିଲା । ସେପଟେ ଅଷ୍ଟ୍ରେଲିଆରେ ମଧ୍ୟ ମଣିଷ ଶରୀରରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଶିଶୁ ବାର୍ଡ ଫ୍ଲୁ ଭାଇରସ୍‌ରେ ଆକ୍ରାନ୍ତ ହୋଇଛି ।

ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଏହି ଶିଶୁଠାରେ ଭାଇରସ୍‌ ଚିହ୍ନଟ ହୋଇଛି । ଶିଶୁ ଜଣକ କିଛି ଦିନ ତଳେ ଭାରତରୁ ନିଜ ଦେଶକୁ ଫେରିଥିଲେ । ସେ ଭାରତ ଯାତ୍ରା ସମୟରେ ଗୁରୁତର ଭାବରେ ଅସୁସ୍ଥ ହୋଇପଡ଼ିଥିଲେ । ଅଷ୍ଟ୍ରେଲିଆ ଫେରିବା ପରେ ଏଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ସେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ ।

ସେପଟେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପୁଣି ଉଗ୍ର ରୂପ ନେଇଛି ବାର୍ଡ ଫ୍ଲୁ । ଏଠାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ରାଞ୍ଚିର ଏକ ଫାର୍ମରେ ୯୨୦ଟି କୁକୁଡ଼ା ଓ ବତକଙ୍କୁ ମରାଯାଇଛି । ଏହା ସହିତ ୪୩୦୦ଟି ଅଣ୍ଡା ନଷ୍ଟ କରି ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟ ସରକାର ଆଲର୍ଟ ମୋଡରେ ଅଛନ୍ତି । ଭାଇରସ୍‌ ଚିହ୍ନଟ ପରେ ସରକାର ବୁଧବାର ଆଲର୍ଟ ଜାରି କରିଛନ୍ତି ।

ଭୋପାଳସ୍ଥିତ ଆଇସିଏଆର୍‌- ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇ ସିକ୍ୟୁରିଟି ଆନିମଲ୍‌ ଡିଜିଜ୍‌ (NIHSAD)କୁ ଯାଞ୍ଚ ପାଇଁ ନମୁନା ପଠାଯାଇଥିଲା । ଯେତେବେଳେ ନମୁନା ପରୀକ୍ଷା କରାଯାଇଥିଲା, ସେତେବେଳେ ଏଚ୍‌୫ଏନ୍‌୧ (ଏକ ପ୍ରକାରର ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ଏ) ଭାଇରସ୍‌ ଚିହ୍ନଟ ହୋଇଥିଲା ।

ବାର୍ଡ ଫ୍ଲୁକୁ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ମଧ୍ୟ କୁହନ୍ତି, ଯାହା ଏକ ଭାଇରାଲ ଇନ୍‌ଫେକ୍ସନ । ଏହା ପକ୍ଷୀମାନଙ୍କଠାରୁ ପକ୍ଷୀଙ୍କୁ ବ୍ୟାପିଥାଏ ଏବଂ ଏହି ସଂକ୍ରମଣ ଅଧିକାଂଶ ପକ୍ଷୀଙ୍କ ପାଇଁ ମରଣାନ୍ତକ ମଧ୍ୟ ପାଲଟେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମୁତାବକ, ବାର୍ଡ ଫ୍ଲୁ କିମ୍ବା ଆଭିଆନ୍‌ ଫ୍ଲୁ ଏ ଟାଇପ୍‌ର ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ । ଏହା ମଣିଷ ସହିତ ଜୀବଜନ୍ତୁମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।

Roshni

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

54 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago