ଦେଶ ବିଦେଶ

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ୪୦ ଘଣ୍ଟା ହେଲା ନିଖୋଜ, ଖବର ଦେଲେ ମିଳିବ ୧୧,୦୦୦ ଟଙ୍କା: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କଲେ ବିଜେପି ନେତା

ଝାରଖଣ୍ଡ ରାଜନୀତି ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ମଧ୍ୟରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାବୁଲାଲ ମରାଣ୍ଡିଙ୍କ ଏକ ଟ୍ଵିଟ୍‌ ଭାଇରଲ ହେଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାବୁଲାଲ ମରାଣ୍ଡି ଫଟୋ ପୋଷ୍ଟ କରିଛନ୍ତି, ଏଥିରେ ଲେଖାଯାଇଛି କି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ହୋଇଯାଇଛନ୍ତି, ଗତ ୪୦ ଘଣ୍ଟା ହେଲାଣି ତାଙ୍କର କୌଣସି ଖବର ନାହିଁ । ଆଉ ଏବେ ତାଙ୍କ ବିଷୟରେ ଯିଏ ସୂଚନା ଦେବ, ତାକୁ ୧୧ ହଜାର ଟଙ୍କା ପୁରସ୍କାର ମିଳିବ ।

ବାବୁଲାଲ ମରାଣ୍ଡି ଲେଖିଛନ୍ତିି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ହୋଇଯାଇଛନ୍ତି, ଗତ ୪୦ ଘଣ୍ଟା ହେଲାଣି ତାଙ୍କର କୌଣସି ଖବର ନାହିଁ । ମରାଣ୍ଡି ଝାରଖଣ୍ଡ ବାସୀଙ୍କୁ ଅପିଲ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଡି ଭୟରେ ଗତ ୪୦ ଘଣ୍ଟା ହେଲାଣି ନିଖୋଜ ରହିଛନ୍ତି । ଲୋକଲଜ୍ୟାକୁ ତ୍ୟାଗ କରି ଲୁଚିଛନ୍ତି । ଆଉ ଏବେ ତାଙ୍କ ବିଷୟରେ ଯିଏ ସୂଚନା ଦେବ, ତାକୁ ୧୧ ହଜାର ଟଙ୍କା ପୁରସ୍କାର ମିଳିବ ।

ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କର ସମସ୍ତ ଠିକଣାରେ ଇଡି ଟିମ୍‌ ଯାଞ୍ଚ କରୁଛି । ତାଙ୍କ ଦିଲ୍ଲୀ ଘରୁ BMW କାର ସହିତ ୩୬ ଲକ୍ଷ ଟଙ୍କା, କାଗଜପତ୍ର ଜବତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ, ଇଡି ଅଫିସ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି ।

Swagatika

Recent Posts

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ଦେଶର ଅନେକ ରେକର୍ଡ ଭାଙ୍ଗିଛନ୍ତି ନବୀନ

ଭୁବନେଶ୍ୱର (କେନ୍ୟୁଜ): ୨୪ ବର୍ଷ ୩ ମାସର ଲମ୍ବା ଶାସନ କାଳ  । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ…

35 mins ago

ରାଜ୍ୟ ରାଜନୀତିରେ ଓଲଟପାଲଟ, ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବ ବିଜେପି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଫୁଟିଲା ପଦ୍ମ । ଏଥର ରାଜ୍ୟରେ ବିଜେପି ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ…

46 mins ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

1 hour ago

ସୁନା କିଣିବାକୁ ଯିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ; ଭୁବନେଶ୍ବରରେ କମିଛି ଦର

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି…

2 hours ago

ଏଥର ସଅଳ ପହଞ୍ଚିବ ମୌସୁମୀ, ୮ ତାରିଖ ମଧ୍ୟରେ ଛୁଇଁପାରେ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି  । ଦିନରେ ତାତି ରାତିରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି …

2 hours ago

ଚୋରା କାଠ ବ୍ୟବସାୟକୁ ନେଇ ପୂର୍ବ ଶତ୍ରୁତା, ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଫୁଟିଲା ଗୁଳି। ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ସୁତେଇବଡଗାଁରେ ଗୁଳିକାଣ୍ଡ । ଚୋରା କାଠ ବ୍ୟବସାୟକୁ ନେଇ…

2 hours ago