ଦେଶ ବିଦେଶ

ଅତିକ୍‌ ଅହମ୍ମଦର କାର୍ଯ୍ୟାଳୟରେ କାହାକୁ କରାଯାଇଛି ହତ୍ୟା! ସିଡିରୁ ପଡ଼ିଛି ରକ୍ତବୁନ୍ଦା; ପୋଲିସକୁ ମିଳିଲା ରକ୍ତରଞ୍ଜିତ ଓଢ଼ଣୀ, ଛୁରୀ

ମାଫିଆ ଅତିକ୍‌ ଅହମ୍ମଦର ଚକିୟାସ୍ଥିତ କାର୍ଯ୍ୟାଳୟରେ ଅନେକ ସ୍ଥାନରେ ଦେଖିବାକୁ ମିଳିଛି ରକ୍ତ ଛିଟା। ଏଥିସହିତ ରକ୍ତରଞ୍ଜିତ ଛୁରୀ ଏବଂ ରକ୍ତ ଜୁଡୁବୁଡୁ କପଡ଼ା ମଧ୍ୟ ପୋଲିସକୁ ମିଳିଛି। କାର୍ଯ୍ୟାଳୟର କାନ୍ଥରେ ଏତେ ରକ୍ତ ଛିଟା ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି।

ଏହି ରକ୍ତରଞ୍ଜିତ ଛୁରୀ ଓ କପଡ଼ା କାହାର ଏବଂ ଅତିକ୍‌ର କାର୍ଯ୍ୟାଳୟରେ କାହାକୁ ହତ୍ୟା କରାଯାଇଛି, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନାନୁସାରେ, ରକ୍ତ ଜୁଡୁବୁଡୁ କପଡା ଏକ ଓଢ଼ଣୀ। ଓଢ଼ଣୀ ପାଖରେ ରକ୍ତ ଲାଗିଥିବା ଚୁଡ଼ି ମଧ୍ୟ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ ଅତିକ୍‌ର କାର୍ଯ୍ୟାଳୟରେ କୌଣସି ମହିଳାଙ୍କୁ ହତ୍ୟା କରାଯାଇଛି। ପୋଲିସ ଏହାର ତଦନ୍ତ କରୁଛି।

ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ କାହାକୁ ଛୁରୀରେ ଆକ୍ରମଣ କରାଯାଇଥିଲା କିମ୍ବା ଏଠି କେହି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାପଡିଛି। ଅତିକ୍‌ର କାର୍ଯ୍ୟାଳୟ ସିଡ଼ି ଏବଂ ରେଲିଂରେ ରକ୍ତ ଦାଗ ଦେଖିବାକୁ ମିଳିଛି।

ସେହିପରି ସିଡ଼ି ପାଖରୁ ଚଟାଣ ଯାଏ ପଡ଼ିଛି ଟୋପା ଟୋପା ରକ୍ତ ବୁନ୍ଦା। ଏହି ରକ୍ତ ବୁନ୍ଦାରୁ ସ୍ପଷ୍ଟ ହେଉଛି ଯେ ଏହା ସିଡି ଉପରୁ ହିଁ ପଡ଼ିଛି। ସେହିପରି ପ୍ରଥମ ମହଲା ଚଟାଣରେ ରକ୍ତରଞ୍ଜିତ ଏକ ଛୋଟ ଛୁରୀ ମଧ୍ୟ ଦେଖିବାକୁ ମିଳିଛି।

ପ୍ରୟାଗରାଜରେ ଅତିକ୍‌ ଅହମ୍ମଦର କାର୍ଯ୍ୟାଳୟରେ ପୋଲିସ ଟିମ୍‌ ପହଞ୍ଚିଛି। ପୋଲିସ କହିଛି ଯେ FSL ତଦନ୍ତ କରୁଛି। ଏଥିରେ ରକ୍ତରଞ୍ଜିତ ଛୁରୀ, ରକ୍ତ ଛିଟା ଏବଂ ରକ୍ତ ଜୁଡୁବୁଡୁ ଓଢ଼ଣୀ କାହାର ବୋଲି ଜଣାପଡିବ। ସମ୍ପୂର୍ଣ୍ଣ ତଦନ୍ତ ନ ହେବା ପର୍ଯ୍ୟନ୍ତ ଆମେ କିଛି କହି ପାରିବୁ ନାହିଁ ବୋଲି ପୋଲିସ କହିଛି।

Roshni

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

6 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

23 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

38 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

50 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

51 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago