କ୍ରୀଡା

୫୦ ବର୍ଷରେ କିମ୍ବଦନ୍ତୀ କ୍ରିକେଟର ସଚିନ୍, ସଂଘର୍ଷ ପାଇଁ ପାଇଛନ୍ତି ଭାରତରତ୍ନ

୫୦ ବର୍ଷ ବୟସରେ ପାଦ ରଖିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ୨୪ ବର୍ଷ ଧରି ସେ କ୍ରିକେଟ ଜଗତରେ ଅନେକ କୀର୍ତ୍ତି ତାଙ୍କ ନାମରେ ନାମିତ କରିଛନ୍ତି। ବିଶ୍ୱରେ କିକ୍ରେଟକୁ ଅଧିକ ଲୋକପ୍ରିୟ କରାଇବା ପାଇଁ ସଚିନଙ୍କର ବହୁତ ବଡ ଭୂମିକା ରହିଛି। ତାଙ୍କ ପାଇଁ କ୍ରିକେଟ ଲୋକପ୍ରିୟ ଓ ଧନୀ ଖେଳ ହୋଇପାରିଛି। ୧୬ ବର୍ଷ ବୟସରେ ପାଦ ଦେବା ଆଗରୁ ସେ ରଣଜୀ ଟ୍ରଫି, ଦିଲ୍ଲୀପ ଟ୍ରଫି, ଇରାନୀ ଟ୍ରଫିରେ ଶତକ ମାରିଥିଲେ। ଏଥିରୁ ହିଁ ଜଣା ପଡ଼େ ତାଙ୍କ ପାଖରେ କେତେ ପ୍ରତିଭାବାନ ଥିଲେ। ଆସନ୍ତୁ ଜାଣିବା ଏହି ମହାନ କ୍ରିକେଟରଙ୍କ ବିଷୟରେ…

ସଚିନଙ୍କ ରେକର୍ଡ :

୩୪ ହଜାରରୁ ଅଧିକ ରନ, ୬୦୦ରୁ ଅଧିକ ଇଣ୍ଟରନେସନାଲ ମ୍ୟାଚ୍ ଓ ୧୦୦ ଇଣ୍ଟରନ୍ୟାସନାଲ ଶତକ। ଏହା କୌଣସି ଗୋଟେ ଟିମର କଥା ନୁହେଁ, ଏହା ଜଣେ ଖେଳାଳିଙ୍କ ଦ୍ୱାରା କରାଯାଇଥିବା ରେର୍କଡ଼ ଯାହାକୁ ଏବେ ଯାଏଁ କେହି ଭାଙ୍ଗି ନାହାନ୍ତି । ଏହି ଖେଳାଳିଙ୍କ ନାମ ଭାରତ ରତ୍ନ ସଚିନ ରମେଶ ତେନ୍ଦୁଲକର। ଯାହାଙ୍କୁ ଲୋକମାନେ ସମ୍ମାନର ସହ କ୍ରିକେଟର ଭଗବାନ କହିଥାନ୍ତି।

ସଚିନଙ୍କ ପ୍ରପୋଜ୍ :

୧୯୯୦ ମସିହାରେ ସଚିନ ଇଂଲଣ୍ଡ ମ୍ୟାଚ ଖେଳି ବିମାନରେ ଆସୁଥିବା ବେଳେ ଅଞ୍ଜଳୀ ମେହେଟ୍ଟାଙ୍କ ସହ ତାଙ୍କ ଦେଖା ହୋଇଥିଲା। ସେହି ଦିନଠାରୁ ଅଞ୍ଜଳୀଙ୍କ ପ୍ରେମରେ ପଡି ଯାଇଥିଲେ ସଚିନ । ସେ ଅଞ୍ଜଳୀଙ୍କୁ କହିଥିଲେ ‘ମୁଁ ବହୁତ ଲାଜକୁଳା ପିଲା ତେବେ ଆମ ବିବାହର କଥା ତୁମକୁ ଆମ ଘରେ କହିବାକୁ ପଡିବ’। ଏହା ଶୁଣି ଅଞ୍ଜଳୀ ସଚିନଙ୍କ ଘରେ ବିବାହର କଥା କହିଥିଲେ। ଏହାପରେ ୧୯୯୫ ମେ ୨୪କୁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ।

ସଚିନଙ୍କ ପିଲାବେଳ :

୧୯୭୩ ଏପ୍ରିଲ ୨୪ରେ ମୁମ୍ବାଇର ରାଜାପୁର ଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନିଅନ୍ତି ସଚିନ। ତାଙ୍କ ପୁରା ନାମ ସଚିନ ରମେଶ ତେନ୍ଦୁଲକର। ଭାଇଙ୍କଠୁ ପ୍ରେରଣା ପାଇଁ କ୍ରିକେଟର ବାଦ୍‌ଶାହା ବନି ଯାଇଥିଲେ ସଚିନ। ସେହି ଠାରୁ ସେ ତାଙ୍କ କ୍ରିକେଟର କ୍ୟାରିୟର ଆରମ୍ଭ କରିଥିଲେ। ୧୫ ନଭେମ୍ବର ୧୯୮୯ ମସିହାରେ ସେ ପାକିସ୍ତାନ କରାଚିରେ ତାଙ୍କ ପ୍ରଥମ ମ୍ୟାଚ୍ ଖେଳିଥିଲେ। ୧୭ ବର୍ଷ ବୟସରେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ସେ ପ୍ରଥମ ଟେଷ୍ଟ ଶତକ ମାରିଥିଲେ। ୧୯୯୪ ମସିହାରେ କଲମ୍ବୋରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ୨୩ବର୍ଷ ବୟସରେ ସେ ଭାରତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତି ହୋଇଥିଲେ।

ସଚିନଙ୍କ ଜିଦ୍ ଓ ଉତ୍ସାହ :

ସିଆଲ କୋର୍ଟରେ ଖେଳୁଥିବା ବେଳେ ସଚିନଙ୍କର ନାକରେ ବଲ ବାଜିଥିଲା ଓ ରକ୍ତ ବାହାରି ଥିଲା, ତାଙ୍କୁ ସମସ୍ତେ ପଡିଆରୁ ଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ତାଙ୍କ ପାଟିରୁ ଗୋଟିଏ ଶବ୍ଦ ବାହାରି ଥିଲା ‘ମେଁ ଖେଲେଗା’ । ଏହି ଉତ୍ସାହ ନେଇ ସେ ଖେଳିଥିଲେ ଓ ୫୭ ରନ୍‌ରେ ଆଉଟ ହୋଇ ସେ ଖେଳରେ ବଡ ଯୋଗଦାନ ଦେଇଥିଲେ। ସେହି ଘଟଣା ପରେ ସଚିନଙ୍କ ମନରେ ଯେଉଁ ଡର ଥିଲା ତାହା ଛାଡି ପଳାଇଥିଲା ।

ସଚିନଙ୍କୁ ପୁରସ୍କାର :

ସଚିନଙ୍କୁ ୧୯୯୪ ରେ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୧୯୯୬ ସମୟରେ ସେ ଭାରତୀୟ ଟିମର ଶକ୍ତିଶାଳୀ ଖେଳାଳି ଭାବରେ ପରିଚିତ ଥିଲେ। ୧୯୯୭-୯୮ ର ଖେଳରତ୍ନ ପୁରସ୍କାର ନିଜ ନାମରେ ନାମିତ କରିଥିଲେ।୧୯୯୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଏହାପରେ ୨୦୦୧ ଓ ୨୦୦୮ରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର ଏବଂ ପଦ୍ମ ବିଭୂଷଣ ପୁରସ୍କାର ପାଇଥିଲେ। ୨୦୧୪ ରେ ରାଷ୍ଟ୍ରପତିଙ୍କ ଠାରୁ ଭାରତ ରତ୍ନ ସମ୍ମାନ ଗ୍ରହଣ କରିଥିଲେ।

ସଚିନ ୨୦୧୩ ରେ କ୍ରିକେଟ ଦୁନିଆରୁ ଅବସର ନେଇଥିଲେ। ଏହାପରେ ମଧ୍ୟ ସଚିନଙ୍କ ପାଇଁ ଲୋକମାନଙ୍କ ମନରେ ଥିବା ଭଲପାଇବା କମି ନାହିଁ। ଆଜି ପର୍ଯ୍ୟନ୍ତ ଲୋକମାନେ ତାଙ୍କ ମ୍ୟାଚକୁ ଭୁଲି ନାହାନ୍ତି। ଆଜି ତାଙ୍କ ୫୦ ବର୍ଷ ପୂର୍ତ୍ତୀରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ।

 

KNews Bureau

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

45 seconds ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

16 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

26 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

34 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

51 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago