ଦେଶ ବିଦେଶ

ଔଷଧ ନେଇ ଘରକୁ ଫେରୁଥିଲେ ଯୁବକ, BMW କାର ଚଢାଇ ମାରିଦେଲେ ଯୁବତୀ

ପୁଣି ସାମ୍ନାକୁ ଆସିଲା ହିଟ୍‌ ଆଣ୍ଡ ରନ୍‌ ମାମଲା । ପାର୍ଟି ସାରି ବିଏମଡବ୍ଲୁ କାର୍‌ ଧରି ଘରକୁ ଫେରୁଥିବା ବେଳେ ଯୁବତୀ ଜଣକ ଉପରେ କାର ଚଢାଇ ଦେଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ମୋତିନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି। ଏବେ ଯୁବତୀଙ୍କୁ ଜାମିନ ମିଳିଯାଇଛି । ମୃତକ ଜଣକ ୩୬ ବର୍ଷୀୟ ଅଜୟ ଗୁପ୍ତା ବୋଲି ଜଣାଯାଇଛି। ସେ ନିଜ ଘରକୁ ମେଡିସିନ ଧରି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

ଖବର ମୁତାବକ, ୨୮ ବର୍ଷୀୟା ଯୁବତୀ ଜଣକ ଦିଲ୍ଲୀରେ ଜଣେ ଆର୍କିଟେକ ଭାବେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ପାର୍ଟି ସାରି ନିଜ ବିଏମ୍ଡବ୍ଲ୍ୟୁରେ ଅଶୋକ ବିହାରସ୍ଥିତ ନିଜ ଘରକୁ ଫେରୁଥିଲେ । ମାତ୍ର ବାଟରେ ଚାଲି ଚାଲି ଯାଉଥିବା ୩୬ ବର୍ଷୀୟ ଅଜୟ ଗୁପ୍ତାଙ୍କ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

ଗତକାଲି ରାତିରେ ଅଜୟ ଏକ ମେଡିସିନ ଦୋକାନରୁ କିଛି ମେଡିସିନ ଧରି ସେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଏହି ସଡ଼କ ଦୁର୍ଘଟଣା ପରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଏ ସଂକ୍ରାନ୍ତରେ ଏତଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଯୁବତୀଙ୍କୁ ୨୭୯/୩୩୭ ଏବଂ ୩୦୪ ଏ ଅଧିନରେ ମାମଲା ରୁଜୁ ହୋଇ ଗିରଫ କରାଯାଇଥିଲା । ତେବେ ଏବେ ଯୁବତୀଙ୍କୁ ଜାମିନ ମିଳିଯାଇଛି । ପୋଲିସ କାରକୁ ଜବତ କରିଛି ।

Swagatika

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

11 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

11 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago