ଦେଶ ବିଦେଶ

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ନଦୀରେ ବୁଡ଼ିଗଲା ଡଙ୍ଗା, ୫୮ ମୃତ; ଥିଲେ ୩୦୦ ଯାତ୍ରୀ

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଆସିଛି ଏକ ବଡ଼ ଡଙ୍ଗା ବୁଡ଼ି ଘଟଣା । ଏଠାରେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାଠ ତିଆରି ଡଙ୍ଗା ନଦୀରେ ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ବେଳେ ଡଙ୍ଗାରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ଯେତେବେଳେ ଡଙ୍ଗାଟି ରାଜଧାନୀ ବଙ୍ଗୁଇ ଦେଇ ଯାଇଥିବା ମପୋକୋ ନଦୀ ଅତିକ୍ରମ କରୁଥିଲା, ସେହି ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ନୌକା ଚାଳକ ଏବଂ ମତ୍ସଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ ।

ବଙ୍ଗୁଇ ୟୁନିଭର୍ସିଟି ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ ସେନା ଯେତିକି ଉଦ୍ଧାର ଅଭିଯାନ ଆଗକୁ ବଢ଼ାଉଥିଲା, ମୃତକଙ୍କ ସଂଖ୍ୟା ମଧ୍ୟ ସେତିିକି ବଢ଼ିଚାଲିଥିଲା । ମଧ୍ୟ ଆଫ୍ରିକୀୟ ଗଣରାଜ୍ୟର ରାଜଧାନୀ ବଙ୍ଗୁଇରେ ନଦୀ ପାର୍‌ ହୋଇ ଏହି ଡଙ୍ଗା ଏକ ଗାଁକୁ ଯାଉଥିଲା । ଉକ୍ତ ଗାଁରେ ଏକ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୩୦୦ ଜଣ ଯାତ୍ରୀ ଡଙ୍ଗାରେ ଯାଉଥିଲେ । ହେଲେ ହଠାତ୍‌ ଡଙ୍ଗାଟି ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ୍‌ ଜିମାସେ କହିଛନ୍ତି ଯେ ଏହି ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଘଟଣାର ୪୦ ମିନିଟ୍‌ ପରେ ଆମକୁ ଯୋଗାଯୋଗ କରାଯାଇଥିଲା । ଉଦ୍ଧାର କର୍ମୀମାନେ ନଦୀରୁ ୫୮ଟି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏବେ ବି ନଦୀରେ ନିଖୋଜ ଥିବା ଲୋକଙ୍କୁ ଖୋଜାଖୋଜି କରାଯାଉଛି । ନଦୀ ପରିବହନ ସୁରକ୍ଷା ନିୟମଗୁଡ଼ିକୁ ଉତ୍ତମ ଅନୁପାଳନ ପାଇଁ ମଧ୍ୟ ଆହ୍ଵାନ କରାଯାଇଛି ।

ଡଙ୍ଗାରେ ୩୦୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ ବୋଲି ସୂଚନା ରହିଛି । ବହୁ ଜଣ ନିଖୋଜ ଥିବା କୁହାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago