ଦେଶ ବିଦେଶ

ଗୁଜରାଟରେ ବଡ଼ ଦୁର୍ଘଟଣା; ନଦୀରେ ଡଙ୍ଗା ଓଲଟି ୧୪ ମୃତ, ଥିଲେ ୨୩ ଛାତ୍ର ଓ ୪ ଶିକ୍ଷକ

ଗୁଜରାଟର ଭଡୋଦରାରେ ବଡ଼ ଦୁର୍ଘଟଣା ଘଟିଛି । ହରଣୀ ନଦୀରେ ଏକ ଡଙ୍ଗା ଓଲଟି ୧୪ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖବର ମୁତାବକ, ଏହି ଡଙ୍ଗାରେ ୨୩ ଜଣ ଛାତ୍ର ଏବଂ ୪ ଜଣ ଶିକ୍ଷକ ଥିଲେ । ସମସ୍ତ ବିଦ୍ୟାର୍ଥୀ ଭଡୋଦରାର ଏକ ବିଦ୍ୟାଳୟର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଆରମ୍ଭ କରି ଦିଆଯାଇଛି ।

ରାଜ୍ୟମନ୍ତ୍ରୀ କୁବେର ଡିଣ୍ଡୋର ୧୪ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି । ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୧୦ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ କିଛି ଛାତ୍ର ଓ ଶିକ୍ଷକ ଏବେ ବି ନଦୀରେ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ଖୋଜାଖୋଜି କରୁଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ଵିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ‘ଭଡୋଦରାର ହରଣୀ ନଦୀରେ ଛାତ୍ରମାନେ ବୁଡ଼ିଯିବା ଖବର ଅତ୍ୟନ୍ତ ଦୁଃଖଦାୟକ । ମୁଁ ସେହି ପିଲାମାନଙ୍କ ଆତ୍ମାର ଶାନ୍ତି ପାଇଁ କାମନା କରୁଛି । ଏହି ଦୁଃଖଦ ସମୟରେ ମୁଁ ପୀଡ଼ିତ ପରିବାରର ଦୁଃଖରେ ସାମିଲ ହୋଇଛି । ଭଗବାନ ସେମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ପ୍ରଶାସନକୁ ଦୁର୍ଘଟଣାର ପୀଡ଼ିତମାନଙ୍କୁ ତତ୍କାଳ ରିଲିଫ୍‌ ଏବଂ ଉପଚାର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି’ ।

Roshni

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

24 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

58 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

3 hours ago