ଦେଶ ବିଦେଶ

ବହୁ ଚର୍ଚ୍ଚିତ ନିଠାରୀ କାଣ୍ଡ: ଦୁଇ ଅଭିଯୁକ୍ତ ହେଲେ ଦୋଷମୁକ୍ତ, ରଦ୍ଦ ହେଲା ଫାଶୀ

ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ କୋର୍ଟଙ୍କ ବଡ଼ ରାୟ ଆସିଛି। ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ନିଠାରୀ କାଣ୍ଡ ସହ ଜଡ଼ିତ ୧୨ଟି ମାମଲାରେ ସୁରିନ୍ଦର କୋଲି ଏବଂ ୨ଟି ମାମଲାରେ ମୋନିନ୍ଦର ସିଂ ପଣ୍ଡେରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ହାଇକୋର୍ଟ ଏହି ନିଷ୍ପତ୍ତି ସହିତ ସୁରିନ୍ଦର କୋଲି ଓ ମୋନିନ୍ଦର ସିଂ ପଣ୍ଡେରଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଛନ୍ତି।

ନିଠାରୀ କାଣ୍ଡରେ ସିବିଆଇ ମୋଟ ୧୬ଟି ମାମଲା ରୁଜୁ କରିଥିଲା, ସେଥି ମଧ୍ୟରୁ ୧୪ଟି ମାମଲାରେ ସୁରିନ୍ଦର କୋଲିଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ବର୍ତ୍ତମାନ ୧୨ଟି ମାମଲାରେ ସେ ଦୋଷମୁକ୍ତ ହୋଇଥିବା ଜଣାପଡ଼ିଛି। ଏହିପରି ମୋନିନ୍ଦରଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ୪ଟି ମାମଲାରେ ସେ ଦୋଷମୁକ୍ତ ହୋଇସାରିଥିବା ବେଳେ ୨ଟି ମାମଲାରେ ତାଙ୍କୁ ଫାଶୀଦଣ୍ଡ ଶୁଣାଯାଇଥିଲା।

ଏହି ମାମଲା ୨୦୦୬ ଡିସେମ୍ବରର। ଡିସେମ୍ବର ୨୯ ତାରିଖରେ ନୋଏଡାର ଗୌତମ ବୁଦ୍ଧ ନଗରର ନିଠାରୀ ଅଞ୍ଚଳରୁ ମୋନିନ୍ଦର ସିଂ ପଣ୍ଡେରଙ୍କ ଘର ପଛପଟୁ ୧୯ଟି ନରକଙ୍କାଳ ମିଳିଥିଲା। ଏହି ମାମଲାର ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ନରକଙ୍କାଳଗୁଡ଼ିକ ନିଠାରୀରୁ ନିଖୋଜ ଥିବା ପିଲାମାନଙ୍କର। ଏହି ପିଲାମାନଙ୍କୁ ଦୁଷ୍କର୍ମ, ହତ୍ୟା ଏବଂ ପରେ ମୃତଦେହକୁ ପୋତିବା ମାମଲାରେ କୋର୍ଟ ମୋନିନ୍ଦର ଓ ତାଙ୍କ କର୍ମଚାରୀ ସୁରିନ୍ଦର କୋଲିଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଥିଲେ। ନିଠାରୀ କାଣ୍ଡ ସମ୍ବନ୍ଧିତ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

4 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

5 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

7 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

8 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

8 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

8 hours ago