ମନୋରଂଜନ

ପୂର୍ବତନ ମିସ୍‌ ଓ୍ଵାର୍ଲ୍ଡ ପ୍ରତିଯୋଗୀ ଶେରିକା ଦେ ଆର୍ମାସ୍‌ଙ୍କ ୨୬ ବର୍ଷ ବୟସରେ ଦେହାନ୍ତ, କ୍ୟାନସରରେ ଥିଲେ ପୀଡିତ

ପୂର୍ବତନ ମିସ୍‌ ଓ୍ଵାର୍ଲ୍ଡ ପ୍ରତିଯୋଗୀ ଶେରିକା ଦେ ଆର୍ମାସ୍‌ଙ୍କ ୨୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ଶେରିକା ୨୦୧୫ରେ ମିସ୍‌ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏକୁ ରିପ୍ରେଜେଣ୍ଟ କରିଥିଲେ । ସୂଚନା ମୁତାବକ, ଶେରିକା ଦେ ଆର୍ମାସ  କ୍ୟାନସରରେ ପୀଡିତ ଥିଲେ । ମିସ୍‌ ଦେ ଆର୍ମାସ କେମୋ ଥେରାପି ଓ ରେଡିଓ ଥେରାପି ଟ୍ରିଟ୍‌ମେଣ୍ଟ ମଧ୍ୟ କରିଥିଲେ ।

ଶେରିକାଙ୍କ ଦେହାନ୍ତ ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ଦୁଃଖ ପ୍ରକାଶ କରି ଉରୁଗୁଏ ଓ ପୂରା ବିଶ୍ୱରେ ଶୋକ ପ୍ରକାଶ କରିଛନ୍ତି । ଏହି ସମୟରେ ଶେରିକାଙ୍କ ଭାଇ ମୟକ ଦେ ଆର୍ମାସ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ‘ଉଚ୍ଚି ଉଡାନ ଭରେ ବେହନ ହମେସା ଓର୍‌ ହମେସା’ । ମିସ୍‌ ୟୁନିଭର୍ସ ଉରୁଗୁଏ ୨୦୨୨ କାର୍ଲା ରୋମେରୋ ନିଜର ସମବେଦନା ଜଣାଇ ଲେଖିଛନ୍ତି ଯେ, ମିସ୍‌ ଦେ ଆର୍ମାସ୍‌ ‘ ୟେଏ ଦୁନିୟା କେ ଲିଏ ବହତ ଇବେଲ୍ଡ ଥି’ । ମୁଁ ଆଜି ପର୍ଯ୍ୟନ୍ତ ଯେତେ ବି ସୁନ୍ଦର ମହିଳାଙ୍କ ସହ ମିଶିଛି, ସେମାନଙ୍କ ମଧ୍ୟରୁ ଇଏ ଜଣେ ଥିଲେ । ଏହା ସହ ମିସ୍‌ ଉରୁଗୁଏ ୨୦୨୧ ଲୋଲା ଦେ ଲୋସ୍‌ ସାଣ୍ଟୋସ୍‌, ଦେ ଆର୍ମାସ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

୨୦୧୫ରେ ଚୀନ୍‌ରେ ଆୟୋଜିତ ମିସ୍‌ ଓ୍ଵାଲ୍ଡ ପ୍ରତିଯୋଗିତାରେ ୨୬ ବର୍ଷିୟ ଶେରିକା ଦେ ଆର୍ମାସ୍‌ ଟପ୍‌ ୩୦ରେ ରହିନଥିଲେ । ହେଲେ ସେ ସେଠାରେ ଥିବା ୧୮ ବର୍ଷିୟ ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ । ଶେରିକା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମୁଁ ସବୁବେଳେ ମଡେଲ ହେବାକୁ ଚାହୁଁଥିଲି । ସେ ବ୍ୟୁଟି ମଡେଲ କିମ୍ବା ଆଡ ମଡେଲ ହେଉ । ମୁଁ ଫ୍ୟାସନ୍‌ ସହ ଜଡିତ ସମସ୍ତ ଜିନିଷକୁ ପସନ୍ଦ କରେ । ଆଉ ବିଶ୍ୱରେ ସମସ୍ତ ମହିଳାଙ୍କ ସ୍ୱପ୍ନ ହୋଇଥାଏ ଯେ ମିସ୍‌ ୟୁନିର୍ଭସରେ ଭାଗ ନେବାକୁ । ତେବେ ପ୍ରତିଯୋଗିତାରେ ଭରପୂରୁ ଏହି ଅନୁଭବ ମିଳିଥିବାରୁ ମୁଁ ବହୁତ ଖୁସି ଅଛି ।

ଶେରିକା ନିଜର ଏକ ମେକଅପ୍‌ ଲାଇନ୍‌ ମଧ୍ୟ ଲଞ୍ଚ୍‌ କରିଥିଲେ ଓ ସେଠାରେ ଦେ ଆର୍ମାସ୍‌ ଷ୍ଟୁଡିଓ ନାମରେ ହେୟାର ଓ ପର୍ସନାଲ କେୟାର ସହ ରିଲେଟେଡ୍‌ ପ୍ରଡକ୍ଟର୍ସ ସେଲ୍‌ କରୁଥିଲେ । ସେ ତାଙ୍କ ସମୟରେ ଏକ ଫାଉଣ୍ଡେସନ୍‌ ତିଆରି କରିଥିଲେ, ଯାହା କ୍ୟାନସରରେ ପୀଡିତ ପିଲାଙ୍କ ଚିକିତ୍ସାରେ କାମରେ ଆସିଥାଏ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

3 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

4 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

4 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

5 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

5 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

6 hours ago