ପୂର୍ବତନ ମିସ୍ ଓ୍ଵାର୍ଲ୍ଡ ପ୍ରତିଯୋଗୀ ଶେରିକା ଦେ ଆର୍ମାସ୍ଙ୍କ ୨୬ ବର୍ଷ ବୟସରେ ଦେହାନ୍ତ, କ୍ୟାନସରରେ ଥିଲେ ପୀଡିତ
ଶେରିକା ୨୦୧୫ରେ ମିସ୍ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏକୁ ରିପ୍ରେଜେଣ୍ଟ କରିଥିଲେ । ଶେରିକା ଦେ ଆର୍ମାସ କ୍ୟାନସରରେ ପୀଡିତ ଥିଲେ । ୨୬ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଖବର ଶୁଣି ସମଗ୍ର ବିଶ୍ୱ ସ୍ତବ୍ଧ ହୋଇପଡିଛି ।
ପୂର୍ବତନ ମିସ୍ ଓ୍ଵାର୍ଲ୍ଡ ପ୍ରତିଯୋଗୀ ଶେରିକା ଦେ ଆର୍ମାସ୍ଙ୍କ ୨୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ଶେରିକା ୨୦୧୫ରେ ମିସ୍ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏକୁ ରିପ୍ରେଜେଣ୍ଟ କରିଥିଲେ । ସୂଚନା ମୁତାବକ, ଶେରିକା ଦେ ଆର୍ମାସ କ୍ୟାନସରରେ ପୀଡିତ ଥିଲେ । ମିସ୍ ଦେ ଆର୍ମାସ କେମୋ ଥେରାପି ଓ ରେଡିଓ ଥେରାପି ଟ୍ରିଟ୍ମେଣ୍ଟ ମଧ୍ୟ କରିଥିଲେ ।
ଶେରିକାଙ୍କ ଦେହାନ୍ତ ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ଦୁଃଖ ପ୍ରକାଶ କରି ଉରୁଗୁଏ ଓ ପୂରା ବିଶ୍ୱରେ ଶୋକ ପ୍ରକାଶ କରିଛନ୍ତି । ଏହି ସମୟରେ ଶେରିକାଙ୍କ ଭାଇ ମୟକ ଦେ ଆର୍ମାସ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ‘ଉଚ୍ଚି ଉଡାନ ଭରେ ବେହନ ହମେସା ଓର୍ ହମେସା’ । ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨ କାର୍ଲା ରୋମେରୋ ନିଜର ସମବେଦନା ଜଣାଇ ଲେଖିଛନ୍ତି ଯେ, ମିସ୍ ଦେ ଆର୍ମାସ୍ ‘ ୟେଏ ଦୁନିୟା କେ ଲିଏ ବହତ ଇବେଲ୍ଡ ଥି’ । ମୁଁ ଆଜି ପର୍ଯ୍ୟନ୍ତ ଯେତେ ବି ସୁନ୍ଦର ମହିଳାଙ୍କ ସହ ମିଶିଛି, ସେମାନଙ୍କ ମଧ୍ୟରୁ ଇଏ ଜଣେ ଥିଲେ । ଏହା ସହ ମିସ୍ ଉରୁଗୁଏ ୨୦୨୧ ଲୋଲା ଦେ ଲୋସ୍ ସାଣ୍ଟୋସ୍, ଦେ ଆର୍ମାସ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
୨୦୧୫ରେ ଚୀନ୍ରେ ଆୟୋଜିତ ମିସ୍ ଓ୍ଵାଲ୍ଡ ପ୍ରତିଯୋଗିତାରେ ୨୬ ବର୍ଷିୟ ଶେରିକା ଦେ ଆର୍ମାସ୍ ଟପ୍ ୩୦ରେ ରହିନଥିଲେ । ହେଲେ ସେ ସେଠାରେ ଥିବା ୧୮ ବର୍ଷିୟ ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ । ଶେରିକା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମୁଁ ସବୁବେଳେ ମଡେଲ ହେବାକୁ ଚାହୁଁଥିଲି । ସେ ବ୍ୟୁଟି ମଡେଲ କିମ୍ବା ଆଡ ମଡେଲ ହେଉ । ମୁଁ ଫ୍ୟାସନ୍ ସହ ଜଡିତ ସମସ୍ତ ଜିନିଷକୁ ପସନ୍ଦ କରେ । ଆଉ ବିଶ୍ୱରେ ସମସ୍ତ ମହିଳାଙ୍କ ସ୍ୱପ୍ନ ହୋଇଥାଏ ଯେ ମିସ୍ ୟୁନିର୍ଭସରେ ଭାଗ ନେବାକୁ । ତେବେ ପ୍ରତିଯୋଗିତାରେ ଭରପୂରୁ ଏହି ଅନୁଭବ ମିଳିଥିବାରୁ ମୁଁ ବହୁତ ଖୁସି ଅଛି ।
ଶେରିକା ନିଜର ଏକ ମେକଅପ୍ ଲାଇନ୍ ମଧ୍ୟ ଲଞ୍ଚ୍ କରିଥିଲେ ଓ ସେଠାରେ ଦେ ଆର୍ମାସ୍ ଷ୍ଟୁଡିଓ ନାମରେ ହେୟାର ଓ ପର୍ସନାଲ କେୟାର ସହ ରିଲେଟେଡ୍ ପ୍ରଡକ୍ଟର୍ସ ସେଲ୍ କରୁଥିଲେ । ସେ ତାଙ୍କ ସମୟରେ ଏକ ଫାଉଣ୍ଡେସନ୍ ତିଆରି କରିଥିଲେ, ଯାହା କ୍ୟାନସରରେ ପୀଡିତ ପିଲାଙ୍କ ଚିକିତ୍ସାରେ କାମରେ ଆସିଥାଏ ।