ହ୍ଵାଟ୍ସଆପ୍‌ ୱେବ୍ ୟୁଜର୍ସଙ୍କ ପାଇଁ କମ୍ପାନୀ ଆଣୁଛି ନୂଆ ଫିଚର, ସହଜ ହେବ ଏହି କାମ

ହ୍ଵାଟ୍ସଆପର ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ୱେବସାଇଟ୍ ୱାବେଟେନ୍ଫୋ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ କ୍ୟାଲେଣ୍ଡର ଫିଚର ଉପରେ କାମ କରୁଛି ଯାହା ମେସେଜ ଖୋଜୁଥିବା ସମୟରେ ୟୁଜରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ବାଛିବା ପାଇଁ ଅନୁମତି ଦେବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ଵାଟ୍ସଆପ୍‌ ୟୁଜରଙ୍କ ଏକ୍ସପେରିଏନ୍ସକୁ ବଢ଼ାଇବା ପାଇଁ ଅନେକ ସମୟରେ ନୂଆ ଅପଡେଟ ଆଣିଥାଏ । ଏହାରି ମଧ୍ୟରେ କମ୍ପାନୀ ହ୍ଵାଟ୍ସଆପ୍‌ ୱେବ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବା ପାଇଁ ପ୍ଲାନ କରୁଛି । ହ୍ଵାଟ୍ସଆପର ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ୱେବସାଇଟ୍ ୱାବେଟେନ୍ଫୋ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ କ୍ୟାଲେଣ୍ଡର ଫିଚର ଉପରେ କାମ କରୁଛି ଯାହା ମେସେଜ ଖୋଜୁଥିବା ସମୟରେ ୟୁଜରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ବାଛିବା ପାଇଁ ଅନୁମତି ଦେବ । ଯେତେବେଳେ ଆପଣ ଚାଟରେ କୌଣସି ଏକ ମେସେଜ୍ ଖୋଜନ୍ତି, ସେତେବେଳେ ଆପଣଙ୍କୁ ସେହି ମେସେଜ ସହିତ ଜଡିତ ଶବ୍ଦ ଲେଖିବାକୁ ପଡିଥାଏ, ଯାହା ପରେ ଆପଣଙ୍କୁ ଖୋଜୁଥିବା ମେସେଜ ନିକଟରେ ପହଞ୍ଚିବା ପାଇଁ ସମସ୍ତ ମେସେଜକୁ ନଜର ଦେବାକୁ ହୋଇଥାଏ । କିନ୍ତୁ ଏହି କାମକୁ ସହଜ କରିବା ପାଇଁ ବର୍ତ୍ତମାନ କମ୍ପାନୀ ସର୍ଚ୍ଚ ସହିତ କ୍ୟାଲେଣ୍ଡର ସୁବିଧା ଯୋଡିବାକୁ ଯାଉଛି ।

ତେବେ ଏହି ଫିଚର ବର୍ତ୍ତମାନ ହ୍ଵାଟ୍ସଆପ ୱେବର ବିଟା ଟେଷ୍ଟରଙ୍କ ନିକଟରେ ହିଁ ଉପଲବ୍ଧ । ଏହି ଫିଚର କିଛି ସମୟ ପୂର୍ବରୁ iOSର ବିଟା ଆପରେ ମଧ୍ୟ ଦେଖାଯାଇଥିଲା । ତେବେ ଆଗାମୀ ସମୟରେ କମ୍ପାନୀ ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବ ବୋଲି ଜଣାପଡ଼ିଛି । କ୍ୟାଲେଣ୍ଡର ସର୍ଚ୍ଚ ଫିଚର ବହୁତ ଲାଭଦାୟକ ହେବ କାରଣ ଡେଟ୍‌ ପିକ୍‌ର ସାହାଯ୍ୟରେ ଆପଣ ସହଜରେ ସେହି ଡେଟକୁ ଯାଇ ପାରିବେ ଯେଉଁ ଦିନ ଆପଣ ସେହି ମେସେଜ କରିଥିବେ । ଏହା ଦ୍ୱାରା ଆପଣ ସହଜରେ ସେହି ମେସେଜ ପର୍ଯ୍ୟନ୍ତ ପହଞ୍ଚି ପାରିବେ, ଯେଉଁ ମେସେଜକୁ ଆପଣ ଖୋଜୁଥିବେ ।

ଏହି ଫିଚର ବ୍ୟତୀତ କମ୍ପାନୀ ଅନେକ ନୂଆ ଫିଚର୍ସରେ କାମ କରୁଛି । ଆଗାମୀ ସମୟରେ କମ୍ପାନୀ ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ହ୍ଵାଟ୍ସଆପ୍‌ର ଇଣ୍ଟରଫେସ ପରିବର୍ତ୍ତନ ହେବାକୁ ଯାଉଛି । ଏହା ଦ୍ୱାରା ୟୁଜରମାନେ ଅନେକ ଲାଭ ପାଇବେ । ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ପଦକ୍ଷେପ ନେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.