ଦେଶ ବିଦେଶ

ପୁଲିସ ଆଗରେ ଛୋଟ ଲାଲୁ ପ୍ରସାଦ ଯାଦବଙ୍କ ନାଚ ଓ ଗୀତର କମାଲ୍‌ ଦେଖି ଲୋକେ ଖୁସ୍‌, ଭିଡିଓ ଭାଇରାଲ୍‌

ପାଟନା : ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଛି । ଯାହାକୁ ଦେଖି ଲୋକେ ସାବାସୀ ଦେବା ସହ କମେଣ୍ଟ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଛୋଟ ପିଲାଟି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳୁଛି । ଗୀତ ଗାଇବା ପରେ ଯେତେବେଳେ ପୁଲିସ ତା’ର ନାମ ପଚାରୁଛନ୍ତି ପିଲାଟି ଲାଲୁ ପ୍ରସାଦ ଯାଦବ କହୁଥିବା ଦେଖାଯାଇଛି ।

ପିଲାଟି ତା’ର ନାମ ଲାଲୁ ପ୍ରସାଦ ଯାଦବ କହିବା ପରେ ଦେଖଣାହାରୀ ପୁଣି ହସୁଛନ୍ତି । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯେପରି ତାଙ୍କର ଚୁଟି ଓ କହିବାର ଅନ୍ଦାଜ ପାଇଁ ପରିଚିତ । ପିଲାଟିର କଥା କହିବା ଅନ୍ଦାଜ୍‌ ଓ ଚୁଟି ମଧ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅନ୍ଦାଜ୍‌ର ଭଳି ।

ଯାହାକୁ ଦେଖଣାହାରୀ ବେଶ୍‌ ମନଭରୀ ଉପଭୋଗ କରିଛନ୍ତି । ଏହି ଭିଡିଓ ସୋସିଆଲ୍‌ ମିଡିଆରେ ବହୁତ ଭାଇରାଲ୍‌ ହୋଇଛି । ପୁଲିସ କର୍ମୀ ପିଲାଟିକୁ ତା’ର ସ୍କୁଲ୍‌ ବିଷୟରେ ପଚାରୁଥିବା ଓ ତା’ ସହ ହାତ ମିଳାଉଥିବା ଦେଖିବାକୁ ମିଳିଛି । ପିଲାଟିର ଭିଡିଓ ଦେଖିବା ପରେ ଲୋକେ ମଜାଦାର କମେଣ୍ଟ ଦେଇଛନ୍ତି । ପିଲାଟିର ଖୁସି ମିଜାଜ୍‌ ସ୍ୱଭାବକୁ ପସନ୍ଦ କରାଯାଇଛି ।

Niharanjan

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

11 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

23 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

27 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

47 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago