ରାଜ୍ୟ

ସେବାୟତଙ୍କୁ ଛୁଇଁ ପାରିଲାନି କରୋନା, ରଥଯାତ୍ରାରେ ସାମିଲ ଥିବା ୨ ଜଣଙ୍କୁ ଛାଡି ସମସ୍ତଙ୍କ ରିପୋର୍ଟ ଆସିଲା ନେଗେଟିଭ

ପୁରୀ(କେନ୍ୟୁଜ୍):  କାଳିଆ ଦେଇଥିଲା ଅଭୟ ବର। ନାହିଁ ହଁ ଭିତରେ ହୋଇଥିବା ରଥଯାତ୍ରାରେ ସମସ୍ତଙ୍କ ଭୟ ଥିଲା କରୋନା ସଂକ୍ରମଣର । କିନ୍ତୁ ବଡଠାକୁର ଚମତ୍କାରିତା  ସହ ସବୁକିଛି ସୁରଖୁରରେ ସମାପନ କରାଇଥିଲେ। ଏହା  ପରେ କିନ୍ତୁ ସୁପ୍ରିମକେର୍ଟକୁ ସବୁ ସେବାୟତଙ୍କ ରିପୋର୍ଟ ନେଗେଟିଭ ରିପୋର୍ଟ ଦିଆଯିବାକୁ ନେଇ ପ୍ରଶାସନର ଚିନ୍ତା ଥିଲା କିନ୍ତୁ ସେସବୁକୁ କାଳିଆ ଠାକୁର ସମ୍ଭାଳି ନେଇଛନ୍ତି।

ପୁରୀରେ ସବୁ ସେବାୟତଙ୍କ ପାଇଁ ବଡ଼ ଆଶ୍ୱସ୍ତି  । ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ଥିବା ପ୍ରାୟ ସବୁ ସେବାୟତଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଦୁଇ ଜଣଙ୍କୁ ଛାଡି ସମସ୍ତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଛି । ରଥଯାତ୍ରା ସରିବା ପରେ ଗତ ୧୧ ତାରିଖରୁ ୫ ଦିନ ଧରି କୋଭିଡ ଟେଷ୍ଟ ହୋଇଥିଲା । ଏହି ୫ ଦିନରେ ରଥଯାତ୍ରାରେ ସାମିଲ ଥିବା ୨୩୦୧ ଜଣ ସେବାୟତ ଓ ଶ୍ରୀମନ୍ଦିର କମିଟି ସଦସ୍ୟଙ୍କ ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ଅନ୍ୟ ୨୪୦୫ଜଣଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିିଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରଥଯାତ୍ରାକୁ କରୋନା ମୁକ୍ତ କରିବା ପାଇଁ ୩ଟି ପର୍ଯ୍ୟାୟରେ କୋଭିଡ ଟେଷ୍ଟ କରାଯାଇଥିଲା । ଜୁନ ୩ ଓ ଜୁନ ୨୨ରେ ୨ହଜାର ୬ଶହ ୭୭ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସେବାୟତ କରୋନା ସଂକ୍ରମିତ ଜଣାପଡ଼ିଥିଲା ।

ରଥଯାତ୍ରା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଶହ ୭୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଜଣେ ସେବାୟତ ଓ ଜଣେ ଶ୍ରୀମନ୍ଦିର କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ରଥଯାତ୍ରା ସରିବା ପରେ ଏଥିରେ ସାମିଲ ପ୍ରାୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ସେବାୟତମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯିବ ।

 

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

28 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

39 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

52 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

55 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago