କି ପରିସ୍ଥିତି ହେଲା ! ବରଣମାଳାରେ ଫୁଲ ଜାଗାରେ ବର-କନ୍ୟା ପିନ୍ଧିଲେ ପିଆଜ ମାଳ, ଦେଖନ୍ତୁ ଭିଡିଓ

ପିଆଜ କଣ ପରିସ୍ଥିତ କଲା, ଲୋକେ ପିଆଜର ମହଙ୍ଗା ମାଡରେ କାନ୍ଦୁଛନ୍ତି। ଏବେ ତ ପିଆଜ ସୁନାର ସ୍ଥାନ ନେଲାଣି କାହିକିଁ ନା ଲୋକେ ଆଉ ବିବାହ ସମାରୋହରେ ଉପହାରରେ ସୁନା କିମ୍ବା ଦାମି ଜିନିଷ ବଦଳରେ ବରବଧୂଙ୍କୁ ପିଆଜ ଦେଉଛନ୍ତି। ଏହାକୁ ଅନ୍ତରର ସହକାରରେ ସେମାନେ ମଧ୍ୟ ନେଉଛନ୍ତି। ଏବେ ତ ସୋସିଆଲ ମିଡିଆରେ ପିଆଜ ଟ୍ରେଣ୍ଡରେ ରହିଛି। କିନ୍ତୁ ଏବେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ଫୁଲମାଳ ଯାଗା ନେଇଛି ପିଆଜ ମାଳ। ବରବଧୂ ବରଣମାଳାରେ ଫୁଲ ମାଳ ପକାଇବା ଜାଗାରେ ପିଆଜ ମାଳ ପକାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ବାରଣାସୀର ଏକ ବିବାହ ସମାରୋହରେ ବର କନ୍ୟା ବରଣମାଳାରେ ଦୁହେଁ ଦୁହିଁଙ୍କୁ ପିଆଜ ଏବଂ ରସୁଣ ମାଳ ପିନ୍ଧାଇଛନ୍ତି। କେବଳ ଏକିତି ନୁହେଁ ବିବାହରେ ଯୋଗ ଦେଇଥିବା ଅତିଥି ମାନେ ମଧ୍ୟ ପିଆଜ ଉପହାର ଦେଇଛନ୍ତି।

ସମାଜବାଦୀ ନେତା କହିଛନ୍ତି ଯେ ପିଆଜ ଦର ଏବେ ଆକାଶଛୁଆଁ। ଏବେ ପିଆଜ ସୁନା ଭଳି ଦାମି ହୋଇଗଲାଣି। ସେହପିରି ଅନ୍ୟ ଜଣେ ସମାଜବାଦୀ ନେତା କହିଛନ୍ତି ପିଆଜର ବର୍ଦ୍ଧିତ ଦାମକୁ ନେଇ ବର-ବଧୂ ପ୍ରତିକାତ୍ମକ ବିରୋଧ କରୁଛନ୍ତି। ବର-ବଧୂଙ୍କର କହିବା କଥା ଯେ ପିଆଜର ବର୍ଦ୍ଧିତ ଦାମକୁ ବିରୋଧ କରି ଦୁହେଁ ଏପରି କରିଛନ୍ତି।

ଦେଖନ୍ତୁ ଭିଡିଓ

video courtesy  : ANI news official

 

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

2 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

6 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

29 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

43 mins ago