WFIର ନିଲମ୍ବିତ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ମିଳିଛି ହତ୍ୟା ଧମକ । ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଏକ ଅଜଣା ନମ୍ବରରୁ କଲ୍ କରିଥିବା ବ୍ୟକ୍ତି ତାଙ୍କୁ ଏବଂ WFIର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ପୋଲିସ ମାମଲା ରୁଜୁ କରିଛି ।
ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ସଞ୍ଜୟ ସିଂଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଗତକାଲି ଜଣେ ବ୍ୟକ୍ତି ଅଜଣା ନମ୍ବରରୁ କଲ୍ କରି ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏ ନେଇ ଆଇପିସି ଧାରା ୫୦୪ ଓ ୫୦୭ ଅଧୀନରେ ମାମଲା ରୁଜୁ କରାଯାଇଛି ।
ଅଭିଯୋଗରେ ଦର୍ଶାଯାଇଛି ଯେ ଜାନୁୟାରୀ ୧୨ ତାରିଖ ରାତିରେ କେହି ଜଣେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇଲ୍ ଫୋନ୍କୁ ଦୁଇ ଥର କଲ୍ କରିଥିଲେ । ହେଲେ ରାତି ଯୋଗୁ ସେ ଫୋନ୍ ଉଠାଇ ନ ଥିଲେ । ୧୩ ତାରିଖରେ ମଧ୍ୟ ସେହି ନମ୍ବରରୁ ପୁଣିଥରେ କଲ୍ ଆସିଥିଲା । ତୃତୀୟ ଥର ଯେତେବେଳେ କଲ୍ ଆସିଥିଲା, ସେତେବେଳେ କଲ୍ କରିଥିବା ବ୍ୟକ୍ତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଖୁବ୍ ଗାଳି ଦେଇଥିଲେ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ସଞ୍ଜୟ ସିଂ କହିଛନ୍ତି, ଏଥିରେ ସେ ଭୟଭୀତ ହୋଇପଡ଼ି ଫୋନ୍ କାଟି ଦେଇଥିଲେ । ବର୍ତ୍ତମାନ ସେହି ନମ୍ବରରୁ ଲଗାତାର ଭାବେ କଲ୍ ଆସୁଛି, ଯାହାକୁ ନେଇ ସେ ଏବଂ ତାଙ୍କର ପୂରା ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…