Below header

WFIର ନିଲମ୍ବିତ ଅଧ୍ୟକ୍ଷ ସଞ୍ଜୟ ସିଂ ଓ ବ୍ରିଜଭୂଷଣ ଶରଣ ସିଂଙ୍କୁ ମିଳିଲା ହତ୍ୟା ଧମକ, ପୋଲିସ ରୁଜୁ କଲା ମାମଲା

WFIର ନିଲମ୍ବିତ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ମିଳିଛି ହତ୍ୟା ଧମକ । ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଏକ ଅଜଣା ନମ୍ବରରୁ କଲ୍‌ କରିଥିବା ବ୍ୟକ୍ତି ତାଙ୍କୁ ଏବଂ WFIର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ।

WFIର ନିଲମ୍ବିତ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ମିଳିଛି ହତ୍ୟା ଧମକ । ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଏକ ଅଜଣା ନମ୍ବରରୁ କଲ୍‌ କରିଥିବା ବ୍ୟକ୍ତି ତାଙ୍କୁ ଏବଂ WFIର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ପୋଲିସ ମାମଲା ରୁଜୁ କରିଛି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ସଞ୍ଜୟ ସିଂଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଗତକାଲି ଜଣେ ବ୍ୟକ୍ତି ଅଜଣା ନମ୍ବରରୁ କଲ୍‌ କରି ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏ ନେଇ ଆଇପିସି ଧାରା ୫୦୪ ଓ ୫୦୭ ଅଧୀନରେ ମାମଲା ରୁଜୁ କରାଯାଇଛି ।

ଅଭିଯୋଗରେ ଦର୍ଶାଯାଇଛି ଯେ ଜାନୁୟାରୀ ୧୨ ତାରିଖ ରାତିରେ କେହି ଜଣେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଦୁଇ ଥର କଲ୍‌ କରିଥିଲେ । ହେଲେ ରାତି ଯୋଗୁ ସେ ଫୋନ୍‌ ଉଠାଇ ନ ଥିଲେ । ୧୩ ତାରିଖରେ ମଧ୍ୟ ସେହି ନମ୍ବରରୁ ପୁଣିଥରେ କଲ୍‌ ଆସିଥିଲା । ତୃତୀୟ ଥର ଯେତେବେଳେ କଲ୍‌ ଆସିଥିଲା, ସେତେବେଳେ କଲ୍‌ କରିଥିବା ବ୍ୟକ୍ତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଖୁବ୍‌ ଗାଳି ଦେଇଥିଲେ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ସଞ୍ଜୟ ସିଂ କହିଛନ୍ତି, ଏଥିରେ ସେ ଭୟଭୀତ ହୋଇପଡ଼ି ଫୋନ୍‌ କାଟି ଦେଇଥିଲେ । ବର୍ତ୍ତମାନ ସେହି ନମ୍ବରରୁ ଲଗାତାର ଭାବେ କଲ୍‌ ଆସୁଛି, ଯାହାକୁ ନେଇ ସେ ଏବଂ ତାଙ୍କର ପୂରା ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.