ଦେଶ ବିଦେଶ

କରୋନା ଭାଇରସ୍‌ରେ ଆକ୍ରାନ୍ତ ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌! ଜାଣନ୍ତୁ ସାରା ବିଶ୍ୱରେ କେତେ ଜଣଙ୍କ ମୁଣ୍ଡ ନେଲାଣି ଏହି ଘାତକ ରୋଗ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଘାତକ ହେଉଛି କରୋନା। ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୪ହଜାର ୨୭୦ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ଟପିଛି। ଚୀନ୍‌ ପରେ ଇଟାଲିରେ ଏହି ଭାଇରସ୍‌ ୬୩୧ଜଣଙ୍କ ମୁଣ୍ଡ ନେଲାଣି। ଆକ୍ରାନ୍ତ ହୋଇଛନ୍ତି ୧୦ହଜାର ୧୪୯ଜଣ। ଇରାନରେ କରୋନା ଯୋଗୁ ୨୯୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ହଜାର ୨୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫ୍ରାନ୍‌ସରେ ୩୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୮୪ଜଣ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ରେ ୩୫ଜଣଙ୍କ ମୃତ୍ୟୁ ହୋଇଛି। ଜର୍ମାନିରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ୧୨୯୬। ସେପଟେ ଫ୍ରାନ୍ସ, ଜର୍ମାନୀ ଓ ସ୍ପେନରୁ ଆସିବାକୁ ଥିବା ନାଗରିକ ମାନଙ୍କ ନିୟମିତ ଓ ଇ-ଭିସାକୁ ଅସ୍ଥାୟୀ ଭାବେ ବାତିଲ୍‌ କରିଛନ୍ତି ଭାରତ ସରକାର।

କରୋନା ଭାଇରସ୍‌ରେ ଆକ୍ରାନ୍ତ ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌:

କେବଳ ସାଧାରଣ ଲୋକ ନୁହନ୍ତି  କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ସତର୍କତା ଅବଲମ୍ବନ କରିଛନ୍ତି। ପବ୍ଲକ ହେଲ୍‌ଥ ଇଂଲଣ୍ଡ ଦେଇଥିବା ଉପଦେଶ ତାଙ୍କ ସଂସଦୀୟ କାର୍ଯ୍ୟାଳୟ କଡାକଡି ପାଳନ କରୁଛି।

ଇଂଲଣ୍ଡର ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଡୋରିସ୍‌ ପାର୍ଲିଆମେଣ୍ଟରେ ଶହ ଶହ ଲୋକଙ୍କୁ ଭେଟିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ସହ ଏକ ରିସେପସନ ପାର୍ଟିରେ ମଧ୍ୟ ଯୋଗ ଦେଇଛନ୍ତି। ଇଂଲଣ୍ଡରେ କରୋନା ଭାଇରସ୍‌ ଏପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହେଲାଣି, ଆକ୍ରାନ୍ତ ହୋଇଛନ୍ତି ୩୮୨।

Sonalisa

Recent Posts

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

8 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

10 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

35 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

36 mins ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

37 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

51 mins ago