Below header

କରୋନା ଭାଇରସ୍‌ରେ ଆକ୍ରାନ୍ତ ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌! ଜାଣନ୍ତୁ ସାରା ବିଶ୍ୱରେ କେତେ ଜଣଙ୍କ ମୁଣ୍ଡ ନେଲାଣି ଏହି ଘାତକ ରୋଗ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଘାତକ ହେଉଛି କରୋନା। ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୪ହଜାର ୨୭୦ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ଟପିଛି। ଚୀନ୍‌ ପରେ ଇଟାଲିରେ ଏହି ଭାଇରସ୍‌ ୬୩୧ଜଣଙ୍କ ମୁଣ୍ଡ ନେଲାଣି। ଆକ୍ରାନ୍ତ ହୋଇଛନ୍ତି ୧୦ହଜାର ୧୪୯ଜଣ। ଇରାନରେ କରୋନା ଯୋଗୁ ୨୯୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ହଜାର ୨୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫ୍ରାନ୍‌ସରେ ୩୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୮୪ଜଣ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ରେ ୩୫ଜଣଙ୍କ ମୃତ୍ୟୁ ହୋଇଛି। ଜର୍ମାନିରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ୧୨୯୬। ସେପଟେ ଫ୍ରାନ୍ସ, ଜର୍ମାନୀ ଓ ସ୍ପେନରୁ ଆସିବାକୁ ଥିବା ନାଗରିକ ମାନଙ୍କ ନିୟମିତ ଓ ଇ-ଭିସାକୁ ଅସ୍ଥାୟୀ ଭାବେ ବାତିଲ୍‌ କରିଛନ୍ତି ଭାରତ ସରକାର।

virusକରୋନା ଭାଇରସ୍‌ରେ ଆକ୍ରାନ୍ତ ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌:

କେବଳ ସାଧାରଣ ଲୋକ ନୁହନ୍ତି  କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ସତର୍କତା ଅବଲମ୍ବନ କରିଛନ୍ତି। ପବ୍ଲକ ହେଲ୍‌ଥ ଇଂଲଣ୍ଡ ଦେଇଥିବା ଉପଦେଶ ତାଙ୍କ ସଂସଦୀୟ କାର୍ଯ୍ୟାଳୟ କଡାକଡି ପାଳନ କରୁଛି।

corona marketଇଂଲଣ୍ଡର ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଡୋରିସ୍‌ ପାର୍ଲିଆମେଣ୍ଟରେ ଶହ ଶହ ଲୋକଙ୍କୁ ଭେଟିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ସହ ଏକ ରିସେପସନ ପାର୍ଟିରେ ମଧ୍ୟ ଯୋଗ ଦେଇଛନ୍ତି। ଇଂଲଣ୍ଡରେ କରୋନା ଭାଇରସ୍‌ ଏପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହେଲାଣି, ଆକ୍ରାନ୍ତ ହୋଇଛନ୍ତି ୩୮୨।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.