Below header

ମାର୍ଚ୍ଚ ୩୧ ଯାଏଁ ସବୁ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ

କରୋନା ଭାରତରେ ନିଜର କାୟା ମେଲାଇ ଚାଲିଛି। ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୬୦ରେ ପହଞ୍ଚିଗଲାଣି। ଏଥିପାଇଁ ଭାରତ ସରକାରଙ୍କ ଚିନ୍ତା ବଢିଗଲାଣି।କେରଳରେ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୩ ଜଣ ଓ ମହରାଷ୍ଟ୍ରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୫୦ ଟି ପଜିଟିଭ ଘୋଷଣା କରାଯାଇଛି। ଅନ୍ୟପଟେ ପ୍ରଥମ ଥର ପାଇଁ ଭାରତରେ ଦୁଇ ଜଣ କରୋନା ରୋଗୀଙ୍କ ଦେହରେ ଆଣ୍ଟି-ଏଚ୍.ଆଇ.ଭି ଡ୍ରଗ୍ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଚୀନ୍ ସମେତ ମୋଟ ମୃତ୍ୟୁ ସଂଖା ୪ ହଜାର ଡେଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପି ଯାଇଛି।

korona

ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ବେଶ୍ ସତର୍କତା ଅବଲମ୍ବନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେରଳରେ କରୋନା ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କଡା ନିର୍ଦ୍ଦେଶ ଦେଇଛନ୍ତି । କେରଳରେ ବିବାହ ଉତ୍ସବ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କେରଳରେ ସମସ୍ତ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମାନୁଷ୍ଠାନରେ ଉତ୍ସବ ପାଳନ ବେଳେ ଏକତ୍ରିତ ନ ହେବାକୁ ପରାମର୍ଶ ଦିଆଯାଇଛି ।

marriage

ସେହିପରି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସିନେମା ହଲ୍ ବନ୍ଦ ରହିବ ବୋଲି କହିଛନ୍ତି କେରଳ ସରକାର । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରଥମରୁ ସପ୍ତମ ଯାଏଁ ସବୁ ପରୀକ୍ଷା ବାତିଲ୍ କରାଯାଇଛି । କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଇଛି । କରୋନା ଆକ୍ରାନ୍ତ ନିଜର ଟ୍ରାଭେଲ୍ ନେଇ ତଥ୍ୟ ଲୁଚାଇଲେ ମାମଲା ରୁଜୁ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କେ. କେ, ଶୈଳଜା ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଚୀନ୍ ସମେତ ମୋଟ ମୃତ୍ୟୁ ସଂଖା ୪ ହଜାର ଡେଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.