କରୋନା ଭାଇରସ କଲର ଟ୍ୟୁନରେ କାଶ ଶୁଣି ଶୁଣି ହୋଇଗଲେଣିକି ବିରକ୍ତ, ତେବେ ଜାଣନ୍ତୁ ବନ୍ଦ କରିବାର ଉପାୟ

ଦୁନିଆରେ ପ୍ରାୟ ୧୦୦ଟି ଦେଶ ଏବେ କରୋନା ଭାଇରସ୍‌ କବଳରେ। ଇଟାଲୀରେ ତ ଏହି ଭାଇରସକୁ କାବୁ କରିବା ପାଇଁ ଲୋକଙ୍କୁ ଅସମ୍ଭବ ଭଳି ଲାଗୁଛି। ସେହିପରି ଭାରତରେ ଏବେ ପର୍ଯ୍ୟନ୍ତ ୫୦ ରୁ ଅଧିକ ମାମଲା ସାମ୍ନାକୁ ଆସିସାରିଲାଣି। ଏହି କାଳରୂପୀ କରୋନା ଭାଇରସ କବଳରୁ ଲୋକଙ୍କୁ ଜାଗୃକତା ଏବଂ ସଚେତନ କରିବା ପାଇଁ ସରକାର ଏବଂ ହେଲଥ୍‌ ଏଜେନ୍ସୀ ଗୁଡିକ ଏହାଉପରେ କାମ କରିବା ଆରମ୍ଭ କରିସାରିଲେଣି। ନିକଟରେ ଟେଲିକମ୍‌ କମ୍ପାନୀ ମଧ୍ୟ କରୋନା ଭାଇରସ ପାଇଁ ଏକ ସଚେତନ କଲର ଟ୍ୟୁନ୍‌ ଜାରୀ କରିଦେଇଛନ୍ତି। ଆପଣ ଏବେ ଶୁଣିବାକୁ ପାଉଥିବେ ଯେ ଯାହାକୁ ବି କଲ୍‌ କଲେ କରୋନା ଭାଇରସ awareness ଉପରେ କଲର ଟ୍ୟୁନ୍‌ ଶୁଣାଯାଉଛି। ଏହି କଲର ଟ୍ୟୁନ୍‌ ଲୋକଙ୍କ ସଚେତନା ପାଇଁ ଜାରୀ କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ଶୁଣି ଭୟ କରୁଛନ୍ତି। କିଛି ଲୋକ ତ ଏହି କଲର ଟ୍ୟୁନ୍‌ ଶୁଣି ବିରକ୍ତିଭାବ ପ୍ରକାଶ କରୁଛନ୍ତି।

corona virusସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ଜାରୀ କରିଥିବା ଏହି କଲର ଟ୍ୟୁନକୁ ନେଇ ଲୋକମାନେ ମଜାକ କରୁଛନ୍ତି। ଲୋକଙ୍କର କହିବାକଥା ଯେ ଲୋକମାନଙ୍କ ଜୀବନ ଯାଉ କି ନଯାଉ କିନ୍ତୁ ଏହି କଳର ଟ୍ୟୁନରେ ଥିବା କାଶ ଲୋକଙ୍କୁ ନିଶ୍ଚୟ ମାରିଦେବ। ତେବେ ଏସବୁ ଭିତରେ ଯଦି ଆପଣ ଏହି କଲର ଟ୍ୟୁନ ପାଇଁ ଚିନ୍ତାରେ ଅଛନ୍ତି କିମ୍ବା କଲର ଟ୍ୟୁନକୁ ଶୁଣିବାକୁ ଚାହୁଁନାହାନ୍ତି ତେବେ ଆମର ଏ ଖବରକୁ ନିଶ୍ଚୟ ପଢ଼ନ୍ତୁ। କାହିଁକିନା ଆଜି ଆମେ ଆପଣଙ୍କୁ ଏହି କଲର ଟ୍ୟୁନକୁ ବନ୍ଦ କରିବାର ଉପାୟ ଜଣାଇବୁ।

କେମିତି ବନ୍ଦ କରିବେ କରୋନା ଭାଇରସ କଲର ଟ୍ୟୁନ୍‌?

phoneଏବେ ପ୍ରଶ୍ନ ଏୟା ଆସୁଛି ଯେ କରୋନା ଭାଇରସକୁ ନେଇ ଜାରୀ ହୋଇଥିବା କଲର ଟ୍ୟୁନ୍‌ ଠାରୁ ଆପଣ ମୁକ୍ତି କେମିତି ପାଇବେ। ତେବେ ଆପଣ ଯଦି କାହାକୁ କଲ୍‌ କରୁଛନ୍ତି ସେତେବେଳେ କରୋନା ଭାଇରସ କଲର୍‌ ଟ୍ୟୁନ୍‌ ଆରମ୍ଭ ହେବା ମାତ୍ରକେ ହିଁ ‘ ୧ କିମ୍ବା # ‘ ଦବାଇ ଦିଅନ୍ତୁ। ଏହାପରେ କଲର ଟ୍ୟୁନ୍‌ ବନ୍ଦ ହୋଇଯିବ ଏବଂ ଆପଣଙ୍କୁ ରିଂଗ ଆଓ୍ଵାଜ୍‌ ଶୁଣାଯିବ। କିନ୍ତୁ ଏହାପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଟ୍ରିକ୍‌ କିଛି ଟେଲିକମ୍‌ କମ୍ପାନୀର ନମ୍ବରରେ କାମ କରିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.