Below header

ଦୁନିଆର ସବୁଠାରୁ ଭୟଙ୍କର ଗୁପ୍ତଚର ଏଜେନ୍ସୀ ‘ମୋସାଦ’, ଯାହା ଅସମ୍ଭବକୁ କରିଥାଏ ସମ୍ଭବ

ସମଗ୍ର ବିଶ୍ୱରେ ଅନେକ ପ୍ରକାର ଗୁପ୍ତଚର ଏଜେନ୍ସୀ ରହିଛି। ଯାହା ବିଷୟରେ ପ୍ରାୟତଃ ସମସ୍ତେ ଅଜଣା। ସେହିପରି ଇସ୍ରାଏଲରେ ଥିବା ଗୁପ୍ତଚର ଏଜେନ୍ସୀ ମୋସାଦ ବିଷୟରେ ଆପଣମାନେ ନିଶ୍ଚିତ ଜାଣିଥିବେ। ଏହା ଦୁନିଆର ଏପରି ଏକ ଗୁପ୍ତରଚର ଏଜେନ୍ସୀ, ଯାହାର ନାମ ଶୁଣିଲେ ବଡ ବଡ ଆତଙ୍କୀ ଭୟ କରନ୍ତି। ମୋସାଦର ଗୁପ୍ତଚର ଏଜେଣ୍ଟ ସମଗ୍ର ଦୁନିଆର ଏପରି କେତେ ଅପରେସନକୁ ସଫଳ କରିଛନ୍ତି, ଯାହା ଅସମ୍ଭବ ବୋଲି ସମସ୍ତେ କୁହନ୍ତି। ଏହି କାରଣରୁ ‘ମୋସାଦ’କୁ ଦୁନିଆର ସବୁଠାରୁ ଭୟଙ୍କର ଗୁପ୍ତଚର ଏଜେନ୍ସୀ ବୋଲି କୁହାଯାଏ।

mossad 1

ମୋସାଦର ମୁଖ୍ୟାଳୟ ଇସ୍ରାଏଲର ତେଲ ଅବିବ ସହରରେ ରହିଛି। ଯାହାର ନିର୍ମାଣ ୧୩ ଡିସେମ୍ବର, ୧୯୪୯ରେ ‘ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଫର୍‌ କୋ- ଅଡିନେସନ’ ଭାବେ କରାଯାଇଥିଲା। ଏହା ଇସ୍ରାଏଲ୍‌ର ରାଷ୍ଟ୍ରୀୟ ଗୁପ୍ତଚର ଏଜେନ୍ସୀ, ଯେପରି ଭାରତର ଗୁପ୍ତଚର ଏଜେନ୍ସୀ ‘ର’।
ଇସ୍ରାଏଲର ଏହି ଗୁପ୍ତଚର ଏଜେନ୍ସୀ ନିଜର ଶତ୍ରୁକୁ ସମଗ୍ର ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଖୋଜି ବାହାର କରି ନିପାତ କରନ୍ତି। ଏମିତିରେ ମଧ୍ୟ କେତେ ଅପରେସନ ଦୁନିଆର ଅନ୍ୟ ଦେଶକୁ ଯାଇ ମଧ୍ୟ ସେମାନେ କରିଛନ୍ତି। ମୋସାଦ ୟୁଗାଣ୍ଡାକୁ ଯାଇ ଏକ ଭୟଙ୍କର ଅପରେସନକୁ ସଫଳ କରିଥିଲା। ଯାହାର ନାମ ଥିଲା ଅପରେସନ ଏଣ୍ଟେବ। ଯାହା ୧୯୭୬ରେ ୟୁଗାଣ୍ଡାର ବିମାନବନ୍ଦରରେ ବିନା ଅନୁମତିରେ ପଶି ଆତଙ୍କବାଦୀକୁ ମାରିଥିଲେ। ସେମାନଙ୍କ କବଳରୁ ୫୪ ଇସ୍ରାଏଲ ନାଗରିକଙ୍କୁ ଉଦ୍ଧାର କରିଥିଲେ। ଏହି ଭୟଙ୍କର ଅପରେସନରେ ଇସ୍ରାଏଲ୍‌ ସେନା ମଧ୍ୟ ସାମିଲ ଥିଲେ।

mossad

ଇସ୍ରାଏଲର ଏକ ଗୁପ୍ତଚର ଜାସୁସ୍‌ ଥିଲା ଏଲି କୋହେନ, ଯାହା ସମଗ୍ର ବିଶ୍ୱପ୍ରସିଦ୍ଧ। ଯାହାକୁ ଇସ୍ରାଏଲର ସବୁଠାରୁ ବାହାଦୂର ଏବଂ ସାହସୀ ଗୁପ୍ତଚର ବୋଲି କୁହାଯାଏ। କୁହାଯାଏ, ସେ ସିରିଆ ଯାଇ ସେଠାରେ ରକ୍ଷାମନ୍ତ୍ରୀ ହେବାକୁ ଚାହୁଁଥିଲେ, କିନ୍ତୁ ସେ ପରେ ନିଜର ଭୁଲ ଯୋଗୁଁ ଧରାପଡିଗଲେ। ଯାହାପରେ ତାଙ୍କୁ ମଝି ରାସ୍ତାରେ ଶତାଧିକ ଲୋକଙ୍କ ସାମ୍ନାରେ ଫାଶୀ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.