ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ଝଲସିଲା ମାଁ ତାରା ତାରିଣୀ ମନ୍ଦିର, ଜମିଲା ଭକ୍ତଙ୍କ ଗହଳି

ବ୍ରହ୍ମପୁର (କେ ନ୍ୟୁଜ୍) : ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରା ତାରିଣୀ ମନ୍ଦିର ଆଲୁଅରେ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ଝଲସି ଉଠିଥିଲା । ଆଲୁଅର ସୁନ୍ଦର ସମ୍ଭାରକୁ ଦେଖି ପର୍ଯ୍ୟଟକ ଓ ଭକ୍ତଙ୍କ ମନ ଖୁସିରେ ପ୍ରଫୁଲ୍ଲିତ ହୋଇଉଠିଥିଲା ।ଗଂଜାମ ଜିଲ୍ଲା ରୁଷିକୁଲ୍ୟା ନଦୀ ନିକଟରେ ଥିବା ପାହାଡ଼ ଶିଖରରେ ମାଁଙ୍କ ମନ୍ଦିର। ମାଁଙ୍କ ମନ୍ଦିର କୁ ଯିବା ପାଇଁ ନଅ ଶହ ଅନେଶ୍ବତ ପାହାଚ ଚଢି ଯିବାକୁ ହୁଏ। ଏହାସହ ପାହାଡ ଉପରକୁ ଯିବା ପାଇଁ ପକ୍କା ରାସ୍ତା ଓ ରୋପେଓ ବ୍ୟବସ୍ଥା ହୋଇଛି ।

taratarini maaତାରା ତାରିଣୀ ମନ୍ଦିର ଓ ଏଠିକାର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ସମଗ୍ର ଭାରତରୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୀଠର ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି । କିଛି ଦିନ ତଳେ 5 Tସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅଚାନକ ତାରା ତାରିଣୀ ମନ୍ଦିରରେ ପହଞ୍ଚି ସମଗ୍ର ଦେଶରେ ଏହାର କିପରି ସ୍ବତନ୍ତ୍ରତା ରଖାଯିବ ସେଥିପାଇଁ ଦୃଷ୍ଟି ଦେଇଥିଲେ । ମନ୍ଦିର ରୁ ଯିବା ପରେ ରାଜ୍ୟ ସରକାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ । ତେବେ କେହି କିଛି ଭାବିବା ପୂର୍ବରୁ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ରେ ହିଁ ଆକର୍ଷଣୀୟ ଲାଇଟ୍ ରେ ସଜାଜିବା ସହ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା ଅତି ସୁନ୍ଦର ଭାବରେ ଯେଉଁ ପରି କରାଯାଇଛି ତାହା ପ୍ରଶଂସନୀୟ ହୋଇଛି ।

taratarini templeଚୈତ୍ର ମାସ ମାଁ ଙ୍କ ମୁଖ୍ୟ ମାସ ରୂପେ ବିବେଚିତ ହୋଇଥାଏ । ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ମନ୍ଦିର ପାଇଁ ତୁରନ୍ତ ପଦକ୍ଷପ ନେଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5Tସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ପ୍ରଶଂସା କରାଯାଉଛି। ଏପରିକି ମନ୍ଦିର ସୌନ୍ଦର୍ଯ୍ୟ କୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.