ବିରଳ ଧଳା ରଙ୍ଗର ମା’ ଓ ଛୁଆ ଜିରାଫ୍‌କୁ ମାରିଦେଲେ ଶିକାରୀ, ଉତ୍ତର-ପୂର୍ବ କେନିଆରୁ ମିଳିଲା ମୃତ ଶରୀର

୨୦୧୭ ମସିହାର କଥା। ସେତେବେଳେ ଏକ ମାଈ ଜିରାଫ୍‌ ଓ ତା’ର ଛୁଆର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। କାରଣ, ସେମାନଙ୍କ ଖାସିୟତ୍‌ ଥିଲା, ଦୁହେଁ ଧଳା ରଙ୍ଗର। ସାଧାରଣ ଜିରାଫ୍‌ଙ୍କ ଭଳି କୌଣସି ବି ଚିହ୍ନବର୍ଣ୍ଣ ତାଙ୍କଠାରେ ଦେଖିବାକୁ ମିଳି ନ ଥିଲା। ସେମାନଙ୍କୁ ବିଶ୍ୱର ସବୁଠାରୁ ଦୁର୍ଲ୍ଲଭ ଜିରାଫ୍‌ ବୋଲି କୁହାଯାଉଥିଲା। ଦୁହେଁ କେନିଆର ଓ୍ଵାଇଲ୍ଡଲାଇଫ୍‌ ସେଞ୍ଚୁରୀରେ ଦେଖାଯାଇଥିଲେ। କିନ୍ତୁ ଦୁଃଖଦ ବିଷୟ, ଏବେ ସେମାନେ ଆଉ ଏହି ଦୁନିଆରେ ନାହାନ୍ତି। ମା’, ଛୁଆ ଦୁହେଁ ଶିକାରୀ ଗୁଳିରେ ଟଳିପଡ଼ିଛନ୍ତି।

j1

ରିପୋର୍ଟ ମୁତାବକ, ଉତ୍ତର-ପୂର୍ବ କେନିଆରେ ଗରିସା କାଉଣ୍ଟିର ଏକ ଗାଁରୁ ମା’, ଛୁଆର ମୃତ ଶରୀର ରେଞ୍ଜରଙ୍କୁ ମିଳିଥିଲା। ବର୍ତ୍ତମାନ କେବଳ ଗୋଟିଏ ହିଁ ଧଳା ଜିରାଫ୍‌ ବଞ୍ଚିରହିଛି। କୁହାଯାଉଛି, ସେ ହିଁ ବିଶ୍ୱର ଏକମାତ୍ର ଧଳା ଜିରାଫ୍‌।

‘ଇଶାକବିନି ହିରୋଲା ସାମୁଦାୟିକ ସଂରକ୍ଷଣ’ର ମ୍ୟାନେଜର ମହମ୍ମଦ ଅହମଦନୁରଙ୍କ କହିବା ଅନୁଯାୟୀ, ମାରିଯାଇଥିବା ଦୁଇଟି ଧଳା ଜିରାଫ୍‌ଙ୍କୁ ୩ ବର୍ଷ ପୂର୍ବେ ଶେଷଥର ପାଇଁ ଦେଖାଯାଇଥିଲା। ଏହା ପୂରା କେନିଆ ପାଇଁ ବଡ଼ ଦୁଃଖଦ ବିଷୟ। କାରଣ, ପୂରା ବିଶ୍ୱରେ ଏଠାରେ ହିଁ ଧଳା ଜିରାଫ୍‌ ଅଛନ୍ତି। ଦୁଇଟି ଜିରାଫ୍‌ ଲ୍ୟୁସିଜମ୍‌ ନାମକ ଜେନେଟିକ୍‌ ରୋଗରେ ପୀଡ଼ିତ ଥିଲେ। ଏହି ରୋଗରେ ଆକ୍ରାନ୍ତ ହେଲେ, ଏହା ତ୍ୱଚାର କୋଶିକାଗୁଡ଼ିକର ପିଗ୍‌ମେଣ୍ଟେଶନ(ତ୍ୱଚାର ମୂଳ ରଙ୍ଗ ନ ରହିବା)କୁ ରୋକିଦେଇଥାଏ। ଲ୍ୟୁସିଜମ୍‌ରେ ଆଖି ପାଖରେ କଳା ରଙ୍ଗ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.