କରୋନା ଭାଇରସ ଠାରୁ ଲଢ଼ିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ ପାଳଙ୍ଗ ରାଇତା, ନିଶ୍ଚୟ ବନାଇ ଖାଆନ୍ତୁ

କରୋନା ଭାଇରସର ଭୟ ସାରା ଦୁନିଆରେ ଜାରୀ ରହିଛି। ଏହି ଜୀବନ ନାଶକ ଭାଇରସର ଏବେ ପଯ୍ୟର୍ନ୍ତ କୌଣସି ଚିକିତ୍ସା ମିଳିପାରିନାହିଁ। ଏମିତିରେ ଆମକୁ ନିଜେ ନିଜେ ଏହି ଭାଇରସକୁ ମୁକାବିଲା କରିବାକୁ ପଡିବ ଏବଂ ନିଜକୁ ହିଁ ଇମ୍ୟୁନିଟୀ ପାଓ୍ଵାରକୁ ବଢ଼ାଇବାକୁ ପଡିବ। ଇମ୍ୟୁନିଟୀ ପାଓ୍ଵାର ବଢ଼ାଇବା ଦ୍ୱାରା ଏହି ଜୀବନନାଶକ ଭାଇରସ ଆପଣଙ୍କ ପାଖ ମାଡିବନି। ଏମିତିରେ ଆଇରନ ଏବଂ ପୌଷ୍ଟିକ ତତ୍ତ୍ୱରେ ଭରପୂର ପାଳଙ୍ଗକୁ ଖାଇବା ଆପଣଙ୍କ ପାଇଁ ବେଷ୍ଟ ପ୍ରମାଣିତ ହେବ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ପାଳଙ୍ଗ ରାଇତା ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ବିଧି।

ଆବଶ୍ୟକ ସାମଗ୍ରୀ

ଦହି – ୨ କପ୍‌

ପାଳଙ୍ଗ – ୨ କପ୍‌ କଟାହୋଇଥିବା

ଲାଲ ଲଙ୍କା ପାଉଡର – ୧/୪ ଛୋଟ ଚାମଚ

ଜୀରା ପାଉଡର – ୧/୨ ଛୋଟ ଚାମଚ

ଗୋଲମରୀଚ ପାଉଡର – ୧/୨ ଛୋଟ ଚାମଚ

ଲୁଣ – ସ୍ୱାଦାନୁସାରେ

ତେଲ – ୧/୨ ଛୋଟ ଚାମଚ

ରାଶି – ୧/୪ ଛୋଟ ଚାମଚ

ଭ୍ରୁଷଙ୍ଗ ପତ୍ର – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

-ପାଳଙ୍ଗର ରାଇତା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ କଡାରେ ତେଲ ଗରମ କରନ୍ତୁ।

-ଏଥିରେ ତଡକା ଦେବା ପାଇଁ ତେଲରେ ଜୀରା ପକାନ୍ତୁ। ଏବେ ଏଥିରେ କଟା ହୋଇଥିବା ପାଳଙ୍ଗ ପତ୍ର ପକାଇ ଭାଜନ୍ତୁ।

-୨ ମିନିଟ୍‌ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ଅଲଗା ରଖନ୍ତୁ।

-ଏହାପରେ ଏକ ପାତ୍ରରେ ଦହି , ଜୀରା ପାଉଡର, ଲାଲ ଲଙ୍କା ପାଉଡର ଗୋଲମରୀଚ ପାଉଡର ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।

-ଏହାପରେ ଆଉ ଗୋଟେ ଫ୍ରାଇଂ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ସେଥିରେ ରାଶି, ଭ୍ରୁଷଙ୍ଗ ପତ୍ର ପକାଇ ଫ୍ରାଇ କରନ୍ତୁ।

-ଏବେ ଏହି ଫ୍ରାଏ ହୋଇଥିବା ମିଶ୍ରଣକୁ ଦହିରେ ମିଶାନ୍ତୁ ଏବଂ ଏଥିରେ ପାଳଙ୍ଗ ବି ମିଶାନ୍ତୁ।

-ଏବେ ଆପଣଙ୍କର ଟେଷ୍ଟି ପାଳଙ୍ଗ ରାଇତା ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ବ୍ରେକଫାଷ୍ଟ କିମ୍ବା ଲଞ୍ଚରେ ଲୋକଙ୍କୁ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.