Below header

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ । ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍‌ କୁମାର ଓ ମମତା ମହନ୍ତ ନୋମିନେସନ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ସୁବାସ ସିଂ, ଦ୍ୱିତୀୟରେ ମୁନ୍ନ ଖାଁ, ତୃତୀୟରେ ସୁଜିତ୍‌ କୁମାର ଓ ଶେଷରେ ମମତା ମହନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଧାନସଭା କନଭେନସନ ହଲରେ ସମସ୍ତ ପ୍ରାର୍ଥୀ ନୋମିନେସନ କରିଥିଲେ । ତେବେ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଉନଥିବାରୁ ୪ଜଣ ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.