ଡିପ୍ରେସନରେ ଅରମାନ, ଡିଲିଟ୍‌ କଲେ ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଆଉ ଲେଖିଲେ, ‘ଏବେ ଆଉ ସହି ହଉନି‘

ବଲିଉଡର ଜଣାଶୁଣା ଏବଂ ଲୋକପ୍ରିୟ ଗାୟକ ଅରମାନ ମଲ୍ଲି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ପ୍ରତ୍ୟେକ ଦିନ ନିଜର ଫ୍ୟାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କରନ୍ତି। କିନ୍ତୁ ନିକଟରେ ଅରମାନ ତାଙ୍କର ସମସ୍ତ ପୋଷ୍ଟ ଏବଂ ଭିଡିଓ ଇନଷ୍ଟାଗ୍ରାମରୁ ଡିଲିଟ୍‌ କରିଛନ୍ତି। ଏହି ସବୁ ପୋଷ୍ଟକୁ ହଟାଇବା ପରେ ଅରମାନ ଏକ ନୂଆ ପୋଷ୍ଟ ଲେଖିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ‘ଏବେ ଆଉ ସହି ହଉନି‘। ଅରମାନଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକଙ୍କ ବହୁତ ଚିନ୍ତାରେ ରହିଛନ୍ତି।

mallick

ଏହି ପୋଷ୍ଟକୁ ନେଇ ଅରମାନଙ୍କ ପାଖକୁ ବିଭିନ୍ନ ପ୍ରକାର କମେଣ୍ଟ ଆସୁଛି। ବୋଧହୁଏ ଅରମାନ ଡିପ୍ରେସନରେ ଗତି କରୁଛନ୍ତି ବୋଲି ଫ୍ୟାନ କହୁଛନ୍ତି। ଏହାଛଡା ଅରମାନଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥାଇପାରେ ବୋଲି ଫ୍ୟାନ ଅନ୍ଦାଜା ଲଗାଉଛନ୍ତି। ଏହା ପ୍ରଥମ ଥର ନୁହେଁ, ଏପରି ପୂର୍ବରୁ ଅରମାନ ପୋଷ୍ଟ କରିଛନ୍ତି। ଏହା ପୂର୍ବରୁ ଜଣାଶୁଣା ସିଙ୍ଗର ଜଷ୍ଟିନ ବିବରଙ୍କୁ ଟ୍ଵିଟ୍‌ କରି କହିଥିଲେ, ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି ବୋଲି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.