ଦେଶ ବିଦେଶ

ମଧ୍ୟପ୍ରଦେଶ: ଭୋଟିଂ ପରେ ଇଭିଏମ୍‌ ଓ କର୍ମଚାରୀଙ୍କୁ ଧରି ଫେରୁଥିଲା ବସ୍‌, ହଠାତ୍‌ ଲାଗିଗଲା ନିଆଁ

୨୦୨୪ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୯ଟି ଆସନରେ ମଧ୍ୟ ମତଦାନ ହୋଇଥିଲା । ତେବେ ବର୍ତ୍ତମାନ ଏକ ଖବରରୁ ଜଣାପଡ଼ିଛି ଯେ ଭୋଟିଂ ସମାପ୍ତ ହେବା ପରେ ରାଜ୍ୟର ବେତୁଲରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ମତଦାନ ପରେ ଇଭିଏମ୍ ଏବଂ ପୋଲିଂ କର୍ମଚାରୀଙ୍କୁ ଧରି ଫେରୁଥିବା ଏକ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଏହି ବସ୍ ବେତୁଲ ଜିଲ୍ଲାର ୬ଟି ମତଦାନ କେନ୍ଦ୍ରରୁ ଭୋଟ୍ ସାମଗ୍ରୀ ଧରି ଫେରୁଥିଲା । ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀଙ୍କ କହିଛନ୍ତି ଯେ ବସ୍‌ଟି ୬ଟି ମତଦାନ କେନ୍ଦ୍ରର ଭୋଟ୍ ସାମଗ୍ରୀ ଏବଂ କର୍ମଚାରୀଙ୍କୁ ଧରି ବେତୁଲ ଆସୁଥିଲା । ଜିଲ୍ଲାର ସାଇଖେଡ଼ା ଥାନା ଅଧୀନ ବିସନୁର ଓ ପୌନି ଗୋଲା ଗ୍ରାମ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ।

ରାତି ପ୍ରାୟ ୧୧ଟା ସମୟରେ ବସ୍‌ରେ ନିଆଁ ଲାଗିଥିବା ସୂଚନା ରହିଛି । ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ । ସେଠାରୁ ଯାହା ନିର୍ଦ୍ଦେଶ ମିଳିବ, ତାହାକୁ ପାଳନ କରାଯିବ ।

ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ବେତୁଲ, ମୁଲତାଇ ଏବଂ ଆଠନେରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯଦିଓ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଲା ବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳିସାରିଥିଲା । ତେବେ ଡ୍ରାଇଭର ଜଳନ୍ତା ବସ୍‌ରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ ।

ଦୁର୍ଘଟଣାରେ ସମସ୍ତ କର୍ମଚାରୀ ମଧ୍ୟ ସୁରକ୍ଷିତ ଅଛନ୍ତି । ଗତକାଲି ଏହି ବସ୍‌ରେ ଇଭିଏମ୍ ମେସିନ୍, ଭିଭିପାଟ୍‌ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଥିଲା । ସେଥିମଧ୍ୟରୁ ୨ଟି ମତଦାନ କେନ୍ଦ୍ରର ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ଅନ୍ୟ ୪ଟି ମତଦାନ କେନ୍ଦ୍ରର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ପୋଲିଂ କର୍ମଚାରୀଙ୍କୁ ଅନ୍ୟ ବସ୍ ଯୋଗେ ପଠାଇବା ସହ ଅବଶିଷ୍ଟ ସାମଗ୍ରୀକୁ ସୁରକ୍ଷିତ ଭାବରେ ବେତୁଲ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ । ଏହାପରେ ସେମାନେ ଫେରି ଆସିଥିଲେ ।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

11 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

36 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

40 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

42 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

48 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago