ଦେଶ ବିଦେଶ

ଉତ୍ତରାଖଣ୍ଡ ନୈନିତାଲରେ ବର୍ଷାର ପ୍ରକୋପ, ନାଳରେ ଭାସିଗଲା ଯାତ୍ରୀବାହୀ ବସ୍‌: ଦେଖନ୍ତୁ ଭିଡିଓ

ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ବଡ ଦୁର୍ଘଟଣାରେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍‌ । ବର୍ଷାରେ ଏକ ଯାତ୍ରୀବାହୀ ବସ୍‌ ଭାସିଯାଇଥିବାର ଭିଡିଓ ଭାଇରଲ ହେଉଛି । ବସରେ ୩୫ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଜେସିବି ସହାୟତାରେ ଉଦ୍ଧାର କରାଯାଇଛି । ବସ ଡ୍ରାଇଭର ପ୍ରବଳ ବର୍ଷା ପାଣି ସୁଅରେ ବସଟିକୁ ଏକ ନାଳ ପାର କରୁଥିବା ସମୟରେ ଏଭଳି ଘଟଣା ଘଟିଛି ।

ଖବର ମୁତାବକ, ଉତ୍ତରାଖଣ୍ଡ ନୈନିତାଲ ରାମନଗରରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ରାମନଗରରେ ପ୍ରବଳ ବର୍ଷାରେ ନଦୀ ନାଳ ପୂର୍ଣ୍ଣ ଥିବା ବେଳେ ଏକ ନାଳକୁ ପାସ୍‌ କରୁଥିବା ଯାତ୍ରୀବାହୀ ବସ୍‌ ନିୟନ୍ତ୍ରଣ ହରାଇ ଓଲଟିପଡିଥିଲା । ଫଳରେ ବସ୍‌ରେ ଥିବା ୩୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ । ସେଠାରେ ଥିବା ଜେସିବି ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ତେବେ ବସ୍‌ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଛି । ବର୍ଷା ଯୋଗୁଁ ନଦୀ ନାଳ ଠାରୁ ଆରମ୍ଭ କରି ସବୁ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇଛି । ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ସବୁଆଡେ ପାଣି ଭରି ରହିଛି । ତେଣୁ ସାମାନ୍ୟ ଅସାବଧାନତା ଜୀବନ ବିପଦରେ ପକାଇପାରେ ।

ସୂଚନାଯୋଗ୍ୟ, କେଦାରନାଥ ଗୌରୀକୁଣ୍ଡରେ ହଠାତ୍‌ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟପ୍ରଶାସନ ସହିତ ଏନଡିଆରଏଫ ଟିମ୍‌ ଏବଂ ଏସଡିଆରଏଫର ୧୦୦ ଜଣ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

18 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

26 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

43 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago