ଉତ୍ତରାଖଣ୍ଡ ନୈନିତାଲରେ ବର୍ଷାର ପ୍ରକୋପ, ନାଳରେ ଭାସିଗଲା ଯାତ୍ରୀବାହୀ ବସ୍: ଦେଖନ୍ତୁ ଭିଡିଓ
ଉତ୍ତରାଖଣ୍ଡ ନୈନିତାଲରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ । ବସରେ ୩୫ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ବଡ ଦୁର୍ଘଟଣାରେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ । ବର୍ଷାରେ ଏକ ଯାତ୍ରୀବାହୀ ବସ୍ ଭାସିଯାଇଥିବାର ଭିଡିଓ ଭାଇରଲ ହେଉଛି । ବସରେ ୩୫ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଜେସିବି ସହାୟତାରେ ଉଦ୍ଧାର କରାଯାଇଛି । ବସ ଡ୍ରାଇଭର ପ୍ରବଳ ବର୍ଷା ପାଣି ସୁଅରେ ବସଟିକୁ ଏକ ନାଳ ପାର କରୁଥିବା ସମୟରେ ଏଭଳି ଘଟଣା ଘଟିଛି ।
ଖବର ମୁତାବକ, ଉତ୍ତରାଖଣ୍ଡ ନୈନିତାଲ ରାମନଗରରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ରାମନଗରରେ ପ୍ରବଳ ବର୍ଷାରେ ନଦୀ ନାଳ ପୂର୍ଣ୍ଣ ଥିବା ବେଳେ ଏକ ନାଳକୁ ପାସ୍ କରୁଥିବା ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଓଲଟିପଡିଥିଲା । ଫଳରେ ବସ୍ରେ ଥିବା ୩୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ । ସେଠାରେ ଥିବା ଜେସିବି ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
#WATCH : A bus carrying passengers overturned at an overflowing drain in Uttarakhand’s Nainital amid heavy rainfall.#Uttarakhand #Nainital #Busaccident #rains #Heavyrain #UttrakhandNews #latest #LatestUpdates pic.twitter.com/JFaYMXA0wj
— upuknews (@upuknews1) August 5, 2023
ତେବେ ବସ୍ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଛି । ବର୍ଷା ଯୋଗୁଁ ନଦୀ ନାଳ ଠାରୁ ଆରମ୍ଭ କରି ସବୁ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇଛି । ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ସବୁଆଡେ ପାଣି ଭରି ରହିଛି । ତେଣୁ ସାମାନ୍ୟ ଅସାବଧାନତା ଜୀବନ ବିପଦରେ ପକାଇପାରେ ।
ସୂଚନାଯୋଗ୍ୟ, କେଦାରନାଥ ଗୌରୀକୁଣ୍ଡରେ ହଠାତ୍ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟପ୍ରଶାସନ ସହିତ ଏନଡିଆରଏଫ ଟିମ୍ ଏବଂ ଏସଡିଆରଏଫର ୧୦୦ ଜଣ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।