ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି୨୦, ପ୍ରଥମ ମ୍ୟାଚର ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ହାର୍ଦ୍ଦିକଙ୍କ ଟିମ୍
ଗୁୟାନର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ଟି-୨୦ ବଦଲା ନେବାକୁ ଆଜି ଟିମ୍ ଇଣ୍ଡିଆ କରିବ କସରତ । ପ୍ରଥମ ଟି-୨୦ ମ୍ୟାଚରେ ମାତ୍ର ୪ ରନରେ ହାରିଥିଲା ଟିମ ଇଣ୍ଡିଆ ।
ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚର ଦ୍ୱିତୀୟ ମ୍ୟାଚ୍ ଆଜି । ଗୁୟାନର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ଟି-୨୦ ମ୍ୟାଚରେ ମାତ୍ର ୪ ରନରେ ହାରିଥିଲା ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ଏହାର ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ହାର୍ଦ୍ଦିକଙ୍କ ଟିମ୍ ।
ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଭାରତ-ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ୨୬ ଥର ମ୍ୟାଚ ଖେଳିସାରିଲେଣି । ଏହି ମଧ୍ୟରୁ ଟିମ୍ ୧୭ଟି ମ୍ୟାଚ୍ ଜିତିଛି । ୱେଷ୍ଟଇଣ୍ଡିଜ୍ ୮ଟି ମ୍ୟାଚ ଜିତିଛି । ଏହାଛଡା ଗୋଟିଏ ମ୍ୟାଚର ରେଜଲ୍ଟ ଆସିନାହିଁ ।
ଟିମ ଇଣ୍ଡିଆ: ଶୁବମନ ଗିଲ, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ମୁକେଶ କୁମାର।
ଟିମ ୱେଷ୍ଟଇଣ୍ଡିଜ୍ : କାଇଲ ମେୟର୍ସ, ବ୍ରାଣ୍ଡନ କିଙ୍ଗ, ଜନସନ ଚାର୍ଲସ, ନିକୋଲାସ ପୂରନ, ସିମ୍ରନ ହେଟମାୟର, ରୋଭମାନ ପାୱେଲ (ଅଧିନାୟକ), ଜାସନ ହୋଲଡର, ରୋମାରିଓ ସେଫର୍ଡ, ଅକିଲ ହୋସେନ, ଅଲ୍ଜାରି ଯୋସେଫ, ଓବେଦ ମ୍ୟାକୟ।