IRCON ରେ ଖାଲିପଡିଛି ପଦବୀ, ଗ୍ରାଜୁଏଟ ଠାରୁ ଆରମ୍ଭ କରି ଡିପ୍ଲୋମା ପ୍ରାର୍ଥୀ କରିପାରିବେ ଆବେଦନ

ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡରେ ଗ୍ରାଜୁଏଟ ଏବଂ ଡିପ୍ଲୋମା ଅପାରଣ୍ଟିସ ପଦବୀ ପାଇଁ ବମ୍ପର ଭର୍ତ୍ତି ହେଉଛି । ଆବେଦନ କରିବାର ଶେଷ ତାରିଖ ୧୫ ଅଗଷ୍ଟ ରହିଛି । ମାସକୁ ୧୦ ହଜାର ଷ୍ଟାଇପେଣ୍ଡ ମିଳିବ ।

ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡ୍‌ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିରେ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଫିସିଆଲ େଓ୍ଵବସାଇଟ ircon.org କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ଅଗଷ୍ଟ ରହିଛି । ଆବେଦନ ପତ୍ରର ହାର୍ଡ କପି ଜମା କରିବାର ଶେଷ ତାରିଖ ୨୫ ଅଗଷ୍ଟ ରହିଛି ।

ପଦବୀ ବିବରଣୀ : ୩୩

ଗ୍ରାଜୁଏଟ ଅପାରଣ୍ଟିସ : ୧୩
ଇଲେକ୍ଟ୍ରିକାଲ : ୪
ଏନ ଆଣ୍ଡ ଟି : ୩
ଟେକ୍ନିସିଆନ ସିଭିଲ :୯
ଇଲେକ୍ଟ୍ରିକାଲ : ୨
ଏସ ଆଣ୍ଡ ଟି : ୨

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୫ ଅଗଷ୍ଟ ୨୦୨୩ ରହିଛି । ଆବେଦନ ପତ୍ର ହାର୍ଡ କପି ଜମା କରିବାର ଶେଷ ତାରିଖ ୨୫ ଅଗଷ୍ଟ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ଇଂଜିନିୟରିଂ/ଟେକ୍ନୋଲୋଜିରେ ଗ୍ରାଜୁଏଟ ହୋଇଥିବା ଜରୁରୀ । ସେହିପରି ଡିପ୍ଲୋମା ଅପାରଣ୍ଟିସ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ବୟନ ୩୦ ବର୍ଷ ହେବା ଜରୁରୀ । ସଂରକ୍ଷିତ ବର୍ଗକୁ ନିୟମ ଅନୁସାରେ ଛାଡ ମିଳିବ ।

ଷ୍ଟାଇପେଣ୍ଡ : ଗ୍ରାଜୁଏଟ ଅପାରଣ୍ଟିସକୁ ୧୦ ହଜାର ଟଙ୍କା ଏବଂ ଡିପ୍ଲୋମା ଅପାରଣ୍ଟିସ ପ୍ରାର୍ଥୀଙ୍କୁ ୮,୫୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.ircon.org/images/file/cosecy/Advt_No_A01-2023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.