Below header

କେମିତି ହେଲା ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା ଅସ୍ପଷ୍ଟ ରହିଛି କାରଣ

ମୃତ ଯୁବତୀ ଜଣଙ୍କ ହେଲେ ଭଦ୍ରକ କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ। ଗତକାଲି ଭୁବନେଶ୍ବର ଲକ୍ଷ୍ମୀସାଗର କଟକ ରୋଡ଼ ଦୀପାଲି ବାରରେ ଥିବା ଲଜର ୨୦୫ ନମ୍ୱର ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବରରେ ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । କେମିତି ହେଲା ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା ? ଅସ୍ପଷ୍ଟ ରହିଛି ମୃତ୍ୟୁର କାରଣ । ଗତକାଲି ଲକ୍ଷ୍ମୀସାଗର କଟକ ରୋଡ୍ ଦୀପାଳି ବାରେର ଥିବା ଲଜ ରୁମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ହେଲେ ଭଦ୍ରକ କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ। ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ହେବ । ଏହାପରେ ପୋଷ୍ଟମର୍ଟମ ପାଇଁ ମୃତଦେହ ପଠାଇବ ପୋଲିସ ।

ଦୀପାଲି ବାର୍ ‍ରେ ଥିବା ଲଜର ୨୦୫ ନମ୍ୱର ଶୁଭଲକ୍ଷ୍ମୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଶୁକ୍ରବାର ସକାଳ ୩ଟା ୨୦ ସମୟରେ ଗେଷ୍ଟ ହିସାବରେ ରେଜିଷ୍ଟର୍ ‍ରେ ଏଣ୍ଟ୍ରି କରିଥିଲେ । ଗତକାଲି ରୁମ୍ ଭିତରୁ ମୃତଦେହ ଉଦ୍ଧାର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.