ବଲିଉଡ ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚମ୍ପିଆନ୍‌’ ରେ ଦେଖିବାକୁ ମିଳିଛି କାର୍ତ୍ତିକଙ୍କ ନୂଆ ଲୁକ୍‌

କାର୍ତ୍ତିକ ଆର୍ଯ୍ୟନ ଏବେ ତାଙ୍କ ଅପକମିଂ ଫିଲ୍ମକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ଅଛନ୍ତି । କାର୍ତ୍ତିକଙ୍କୁ ଏହି ଫିଲ୍ମ ‘ଚନ୍ଦୁ ଚମ୍ପିଆନ୍‌’ ରେ ନୂଆ ଲୁକ୍‌ରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମ ୨୦୨୪ ଜୁଲାଇ ୧୪ ରେ ରିଲିଜ ହେବ ବୋଲି ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ ଏବେ ତାଙ୍କ ଅପକମିଂ ଫିଲ୍ମକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକଙ୍କୁ ଏହି ଫିଲ୍ମ ‘ଚନ୍ଦୁ ଚମ୍ପିଆନ୍‌’ରେ ନୂଆ ଲୁକ୍‌ରେ ଦେଖିବା ପାଇଁ ମିଳିଛି । ସେ ତାଙ୍କ ଫିଲ୍ମରେ ପ୍ରାୟତଃ ରୋମାଣ୍ଟିକ୍‌ ଓ କୁଲ ଡୁଡ୍‌ ଲୁକ୍‌ରେ ନଜର ଆସନ୍ତି । ହେଲେ ଏଥର ସେ ସ୍ପୋର୍ଟ୍ସ ଡ୍ରାମାରେ ଏକ ଅଲଗା ରୋଲ କରୁଥିବାର ନଜର ଆସିବେ । କାର୍ତ୍ତିକ ତାଙ୍କ ନୂଆ ଫିଲ୍ମର ଏହି ଲୁକକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯାହା ‘ଚନ୍ଦୁ ଚମ୍ପିଆନ୍‌’ରେ ତାଙ୍କ ନୂଆ ଲୁକ୍‌ ଦେଖାଯାଇଛି । ଏହି ଫଟୋରେ କାର୍ତ୍ତିକ ଛୋଟ କେଶ ସହ ଗମ୍ଭୀର ଚେହେରା ଓ ଇଣ୍ଡିଆ ଲେଖା ହୋଇଥିବା ଏକ ବ୍ଲୁ ବ୍ଲେଜର ପିନ୍ଧିଥିବାର ଦେଖିବା ପାଇଁ ମିଳିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ଏହି ଫିଲ୍ମରେ ଜଣେ ସ୍ପୋର୍ଟ୍ସପର୍ସନ ଭୂମିକାରେ ନଜର ଆସିବେ ଓ ଫିଲ୍ମରେ ତାଙ୍କ ଚରିତ୍ର ଗମ୍ଭୀର ହେବାକୁ ଯାଉଛି ।

ଫିଲ୍ମ‘ଚନ୍ଦୁ ଚମ୍ପିଆନ୍‌’ ର ନିର୍ଦ୍ଦେଶକ କବିର ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପ୍ରଥମ ଥର ପାଇଁ ମିଳିତ ଭାବେ ଏହି ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମ ୨୦୨୪ ଜୁଲାଇ ୧୪ ରେ ରିଲିଜ ହେବ ବୋଲି ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି । ଫିଲ୍ମର ନାମ ଓ କାର୍ତ୍ତିକଙ୍କ ଲୁକରୁ ଜଣାପଡୁଛି ଏହି ଫିଲ୍ମଟି ସ୍ପୋର୍ଟ୍ସକୁ ନେଇ ତଆରି ହୋଇଛି । ତେବେ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି କାର୍ତ୍ତିକଙ୍କୁ ଏହି ନୂଆ ଲୁକ୍‌ରେ ଦେଖିବା ପାଇଁ ।

ବଲିଉଡ ଇଣ୍ଡଷ୍ଟ୍ରୀରେ କାତ୍ତିକ ଆର୍ଯ୍ୟନ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ କାମ କରିସାରିଛନ୍ତି । ତେବେ ତାଙ୍କର ‘ସତ୍ୟପ୍ରେମ କି କଥା’ ହିଟ ହୋଇଥିଲା । ଏବେ ଦେଖିବାକୁ ବାକି ରହିଲା ତାଙ୍କର ଏହି ଫିଲ୍ମଟି କିପରି ହେବାକୁ ଯାଉଛି ।‘ଚନ୍ଦୁ ଚମ୍ପିଆନ୍‌’ ଫିଲ୍ମ କାର୍ତ୍ତିକଙ୍କ କ୍ୟାରିଅରରେ ଏକ ନୂଆ ମୋଡ଼ ଦେଇ ପାରେ । ତେବେ ଏହି ଫିଲ୍ମରେ ତାଙ୍କ ଭୂମିକାକୁ ନେଇ କାର୍ତ୍ତିକ ବହୁତ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.