ଷାଠିଏ ବର୍ଷ ବନ୍ଧୁତାର ଏ ହେଉଛି ଏକ ନିଆରା ଉଦାହରଣ

ଆଜି ଏହି ବନ୍ଧୁତା ଦିବସରେ ଆମେ ଆପଣଙ୍କୁ ଏମିତି ଏକ ବନ୍ଧୁର ଉଦାହରଣ ଦେବୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି କହିବେ , '' ବନ୍ଧୁ ହେବ ତ ଏମିତି'' l ଆପଣ ଏମିତି ସମ୍ପର୍କ ଆଗରୁ ଦେଖିନଥିବେ, କି ଶୁଣିବି ନଥିବେ l ଏ ବନ୍ଧୁତା ହେଉଛି ଦୀର୍ଘ ଷାଠିଏ ବର୍ଷର ... ବିନା ସ୍ୱାର୍ଥରେ ଗଢି ଉଠିଥିବା ଏମାନଙ୍କ ସମ୍ପର୍କ ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି l

ଆଜି ବିଶ୍ୱ ପାଳୁଛି ବନ୍ଧୁତା ଦିବସ । ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ବନ୍ଧୁତାର ମହତ୍ୱକୁ ମନେ ପକାଇ ଆଜି ସମସ୍ତେ ନିଜ ବନ୍ଧୁଙ୍କୁ ଦିବସର ଶୁଭେଚ୍ଛା ଜଣାଉଛନ୍ତି । ବନ୍ଧୁତା ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ଅଧୁରା । ଏହା ଏମିତି ଏକ ସମ୍ପର୍କ ଯେଉଁଠି କୌଣସି ସର୍ତ୍ତ ନଥାଏ ।

ଆଜି ଏହି ବନ୍ଧୁତା ଦିବସରେ ଆମେ ଆପଣଙ୍କୁ ଏମିତି ଏକ ବନ୍ଧୁର ଉଦାହରଣ ଦେବୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି କହିବେ , ” ବନ୍ଧୁ ହେବ ତ ଏମିତି” । ଆପଣ ଏମିତି ସମ୍ପର୍କ ଆଗରୁ ଦେଖିନଥିବେ, କି ଶୁଣିବି ନଥିବେ । ଏ ବନ୍ଧୁତା ହେଉଛି ଦୀର୍ଘ ଷାଠିଏ ବର୍ଷର … ବିନା ସ୍ୱାର୍ଥରେ ଗଢି ଉଠିଥିବା ଏମାନଙ୍କ ସମ୍ପର୍କ ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଏ ହେଉଛି କଟକ ଜିଲ୍ଲା ନିଶ୍ଚିତକୋଇଲି ଅଞ୍ଚଳ କଥା.. ଏଠାରେ ପାଞ୍ଚ ରୁ ଛ’ ଜଣ ସାଙ୍ଗନିଜର ବନ୍ଧୁତା କୁ ନେଇ ଏବେ ଅଛନ୍ତି ଚର୍ଚାରେ .. କାରଣ ଏ ମାନେ ଏମିତି ବନ୍ଧୁ କେହି କାହାକୁ ନ ଦେଖିଲେ କି କଥା ଟିକେ ନ ହେଲେ ରହିପାରନ୍ତି ନାହିଁ।  କାରଣ ଏ ମାନଙ୍କ ବନ୍ଧୁ ଛୋଟ ବେଳୁ ପାଠ ପଢିବା ସମୟରୁ ଆରମ୍ଭ ହୋଇଛି । ଏମାନେ ସକାଳ ହେଲେ ଗୋଟେ ଜାଗାରେ ବସି ଚା’ ପିଇବା ପେପର ପଢିବା ପାଖରୁ ସବୁ କାମ ଏକାଠି ହୋଇ କରିଥାନ୍ତି ।

ଆଜି କାଲି ର ସମ୍ପର୍କ ସ୍ୱାର୍ଥ ସାଧିତ ହୋଇଥିବାବେଳେ ଏ ମାନଙ୍କ ବନ୍ଧୁତାରେ କିଛି ବି ସ୍ୱାର୍ଥ ନାହିଁl ସେଥିପାଇଁ ଷାଠିଏ ବର୍ଷ ପରେ ବି ଏମାନଙ୍କ ସମ୍ପର୍କରେ କିଛି ବି ପରିବର୍ତନ ହୋଇନାହିଁ । ଆପଣ ମାନେ ଦେଖିଥିବେ ଏବେ ତ ଟିକେ ଟିକେ କଥାରେ ସମ୍ପର୍କ କଟିଯାଉଛି । କିନ୍ତୁ ଏ ମାନେ କେବେ ତାଙ୍କର ବନ୍ଧୁତାକୁ ହରେଇ ନାହାନ୍ତି । ଏମାନଙ୍କ ଠାରୁ ଅନ୍ଯମାନେ ସମ୍ପର୍କର ମାନେ କଣ ନିହାତି ଜାଣିବା ଦରକାର । ସେଥିପାଇଁ ଏମାନେ ଅନ୍ଯ ବନ୍ଧୁଙ୍କ ପାଇଁ ଆଜି ଉଦାହରଣ ସାଜିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.