ପ୍ଲସ ଟୁ ଫେଲ୍ ଛାତ୍ରଙ୍କୁ ଦେଲେ ନକଲି ସାର୍ଟିଫିକେଟ୍, ଅଧ୍ୟାପକ ଗିରଫ

କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟି ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଦଧିମାଛଗାଡ଼ିଆ ଅଞ୍ଚଳର ଜଣେ ପ୍ଲସ ଟୁ ଫେଲ୍ ଛାତ୍ରଙ୍କୁ ସେ ଦେଇଥିଲେ ଜାତୀୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ।

ଖୋର୍ଦ୍ଧା(କେନ୍ୟୁଜ୍): ବଲାଙ୍ଗିର ପରେ ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ । ଜଣେ କଲେଜ ଅଧ୍ୟାପକ ଗିରଫ ପରେ ତନାଘନା ତଦନ୍ତ । କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟି ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଦଧିମାଛଗାଡ଼ିଆ ଅଞ୍ଚଳର ଜଣେ ପ୍ଲସ ଟୁ ଫେଲ୍ ଛାତ୍ରଙ୍କୁ ସେ ଦେଇଥିଲେ ଜାତୀୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ।

ଯୁକ୍ତ ୨ ସାର୍ଟିଫିକେଟ କରେଇ ଦେବାକୁ କହି ଛାତ୍ରଙ୍କଠାରୁ ଦୁଇଟି କିସ୍ତିରେ ୩୩ ହଜାର ଟଙ୍କା ନେଇଥିଲେ । ନକଲି ସାର୍ଟିଫିକେଟ ଦେଇଥିବା ନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ୍ ଅଧ୍ୟାପକ ତପନ ପୃଷ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧ୍ୟାପକଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣା ପଡ଼ିଛି । ସେ ଖୋର୍ଦ୍ଧାରେ ରହି କାଇପଦର କଲେଜରେ ଚାକିରି କରିଥିଲେ । ସେ ଆଉ କାହାକୁ ପୂର୍ବରୁ ନକଲି ସାର୍ଟିଫିକେଟ ଦେଇଥିଲେ କି ? ରାକେଟର ଚେର କେଉଁଆଡ଼େ ଲମ୍ବିଛି ? ଅଧିକ ଖୋଳତାଡ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.