ଉତ୍ତରପ୍ରଦେଶ ଲଖମୀପୁର ଖେରିରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଏବଂ ଟାଟା ମ୍ୟାଜିକ ଦୁର୍ଘଟଣାରେ ୪ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ଲଖମୀପୁର ଖେରିର ବହରାଇଚ ରୋଡ ରବାହି ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଲଖମୀପୁର ଖେରିରୁ ଯାଉଥିବା ଏକ ବସ୍କୁ ଓଭରଟେକ କରିବାକୁ ଯାଇଁ ଟାଟା ମ୍ୟାଜିକଟି ରୋଡେଓ୍ଵଜ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଟି ଯାକ ଗାଡି ଖୁଣ୍ଟରେ ଧକ୍କା ହୋଇଥିଲା । ଆଉ ଟାଟା ମ୍ୟାଜିକରେ ଥିବା ଏଣେତେଣେ ଝିଟକି ପଡିଥିଲେ ।
ଦୁର୍ଘଟଣାର ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣା ବିଷୟରେ ସୂଚନା ପାଇଁ ପ୍ରଶାସନ ଏବଂ ସ୍ଥାନୀୟ ଲୋକ ଆମ୍ପୁଲାନ୍ସ ସହାୟତାରେ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣାର ଯାଞ୍ଚ କରାଯାଉଛି ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…