ଥମୁନି ନାଗରିକତା ସଂଶୋଧନ ଆଇନ ତାତି, ଦିଲ୍ଲୀରେ ଆଜି ବି ଅନେକ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ନିଁଆ। ଉତ୍ତରପୂର୍ବ ରାଜ୍ୟରୁ ଆରମ୍ଭ ହୋଇଥିବା ବିରୋଧ ଦେଶର ବିଭିନ୍ନ ସ୍ଥାନରେ ଉଗ୍ରରୂପ ଧାରଣ କରିଛି। ଗତକାଲି ପ୍ରତିବାଦ ବେଳେ ହୋଇଥିବା ହିଂସା ପାଇଁ ଆଜି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ପୋଲିସ ଗୁଳିରେ ମାଙ୍ଗାଲୁରୁରେ ୨ଜଣ ଓ ଲକ୍ଷ୍ନୌରେ ଜଣେ ପ୍ରତିବାଦକାରୀ ପ୍ରାଣ ହରାଇବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଯାଇଛି।

ଦିଲ୍ଲୀରେ ଆଜି ବି ମଧ୍ୟ ଜାମିଆମିଲିଆ, ଜସୋଲା ବିହାର, ସାହିନବାଗ ଆଦି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି। ଆଜି ବି ଅନେକ ରାସ୍ତାର ଗତିପଥକୁ ବଦଳାଇ ଦିଆଯାଇଛି। ବିଭିନ୍ନ ସ୍ଥାନରେ ପୋଲିସର କଡ଼ା ସୁରକ୍ଷା ରହିଛି। ସେହିପରି ଉତ୍ତର ପ୍ରଦେଶର ୮ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଆଗାମୀ ୨୪ ଘଣ୍ଟା ପର‌୍ୟ୍ୟନ୍ତ ବନ୍ଦ ରଖାଯାଇଛି। କର୍ଣ୍ଣାଟକରେ ମଧ୍ୟ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ବେଙ୍ଗାଳୁରୁ ସହ ମାଙ୍ଗାଳୁରୁ, ଦକ୍ଷିଣ କନ୍ନଡ ଜିଲ୍ଲାରେ ଆଜି ବି କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।

KNews Bureau

Recent Posts

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

46 mins ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

54 mins ago

ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ):  ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ…

1 hour ago

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ…

1 hour ago

ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର…

1 hour ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

9 hours ago