Below header

ଥମୁନି ନାଗରିକତା ସଂଶୋଧନ ଆଇନ ତାତି, ଦିଲ୍ଲୀରେ ଆଜି ବି ଅନେକ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ନିଁଆ। ଉତ୍ତରପୂର୍ବ ରାଜ୍ୟରୁ ଆରମ୍ଭ ହୋଇଥିବା ବିରୋଧ ଦେଶର ବିଭିନ୍ନ ସ୍ଥାନରେ ଉଗ୍ରରୂପ ଧାରଣ କରିଛି। ଗତକାଲି ପ୍ରତିବାଦ ବେଳେ ହୋଇଥିବା ହିଂସା ପାଇଁ ଆଜି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ପୋଲିସ ଗୁଳିରେ ମାଙ୍ଗାଲୁରୁରେ ୨ଜଣ ଓ ଲକ୍ଷ୍ନୌରେ ଜଣେ ପ୍ରତିବାଦକାରୀ ପ୍ରାଣ ହରାଇବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଯାଇଛି।

delhiଦିଲ୍ଲୀରେ ଆଜି ବି ମଧ୍ୟ ଜାମିଆମିଲିଆ, ଜସୋଲା ବିହାର, ସାହିନବାଗ ଆଦି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି। ଆଜି ବି ଅନେକ ରାସ୍ତାର ଗତିପଥକୁ ବଦଳାଇ ଦିଆଯାଇଛି। ବିଭିନ୍ନ ସ୍ଥାନରେ ପୋଲିସର କଡ଼ା ସୁରକ୍ଷା ରହିଛି। ସେହିପରି ଉତ୍ତର ପ୍ରଦେଶର ୮ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଆଗାମୀ ୨୪ ଘଣ୍ଟା ପର‌୍ୟ୍ୟନ୍ତ ବନ୍ଦ ରଖାଯାଇଛି। କର୍ଣ୍ଣାଟକରେ ମଧ୍ୟ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ବେଙ୍ଗାଳୁରୁ ସହ ମାଙ୍ଗାଳୁରୁ, ଦକ୍ଷିଣ କନ୍ନଡ ଜିଲ୍ଲାରେ ଆଜି ବି କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.