Below header

ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ପାରଦ, ପୂର୍ବ ଓ କେନ୍ଦ୍ରୀୟ ଓଡ଼ିଶାରେ ଶୀତ ଲହରୀ

ଭୁବନେଶ୍ୱର: ଡେରିରେ ହେଲେ ବି ଫେରିଛି ଶୀତ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ତାପମାତ୍ରା ହ୍ରାସ ପାଇଛି। ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି ପାରଦ। ପାଣିପାଗ ବିଭାଗର ସୂଚନା, ଆଗକୁ ଶୀତ ଆହୁରି ବଢିବ। ଦାରିଙ୍ଗବାଡିରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଏହାସହ ଘନ କୁହୁଡି ଲାଗିରହୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ୧୭ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ଭୁବନେଶ୍ୱରରେ ୧୬ ଡିଗ୍ରୀକୁ ଖସି ଆସିଛି ସର୍ବନିମ୍ନ ତାପମାତ୍ରା। ଉତ୍ତରରୁ ଥଣ୍ଡା ପବନ ବୋହିବା ଯୋଗୁଁ ରାଜ୍ୟରେ ଥଣ୍ଡା ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.