ଫ୍ରାଇଡେ ରିିଲିଜ୍‌ରେ ହଲ୍‌କୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩, ପୁଣି ଥରେ ଚୁଲବୁଲ ପାଣ୍ଡେ ଚରିତ୍ରରେ ଆସିଛନ୍ତି ସଲମାନ୍

ମୁମ୍ବାଇ : ଆଜି ଫ୍ରାଇଡେ ରିିଲିଜ୍‌ରେ ହଲ୍‌କୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ । ଦବଙ୍ଗ-୩ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଲମାନ । ଏଥର ପୁଣି ଥରେ ଚୁଲବୁଲ ପାଣ୍ଡେ ଚରିତ୍ରରେ ଆସୁଛନ୍ତି। ସଲମାନଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ସୋନାକ୍ଷୀ ସିହ୍ନା ଓ ସାଇ ମଞ୍ଜେରକର । ଫିଲ୍ମରେ ସଲମାନ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି ।

dabangg-3 ମହେଶ ମଞ୍ଜେରକରଙ୍କ ଝିଅ ସାଇ ମଞ୍ଜେରକର ଫିଲ୍ମର ଚୁଲବୁଲ ପାଣ୍ଡେଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଛନ୍ତି । କିଶୋରାବସ୍ଥାରେ ସାଇଙ୍କ ପ୍ରେମରେ ଦିଓ୍ଵାନା ହେଉଛନ୍ତି ଚୁଲବୁଲ । ମାତ୍ର ଦୁଇ ଲଭ୍ ବାର୍ଡକୁ ଅଲଗା କରୁଛନ୍ତି କିଚ୍ଛା ସୁଦିପ । ଏହିପରି କିଛି କାହାଣୀ ଦେଖିବାକୁ ମିଳିଛି ଫିଲ୍ମରେ । କିଚ୍ଛା ସୁଦୀପ ନେଗେଟିଭ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁ ଦେବା । ପ୍ରଯୋଜନା କରିଛନ୍ତି ନିଖିଲ ଦ୍ୱିବେଦୀ ଓ ଅରବାଜ ଖାନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.