ଜିଓର ପୁରୁଣା ପ୍ରିପେଡ୍‌ ପ୍ଲାନକୁ ମିସ୍‌ କରୁଛନ୍ତି କି, ତେବେ ପୁର୍ନବାର ଫେରିପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ରିଲାଏନ୍ସ ଜିଓ ଛଅ ଡିସେମ୍ବରରେ ନିଜର ସମସ୍ତ ପ୍ଲାନକୁ ଅପଡେଟ୍‌ କରିଥିଲା। ଯାହାପରେ ଜିଓର ପ୍ରିପେଡ୍‌ ପ୍ଲାନ ପ୍ରାୟ ୩୯ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ଏବେ ଗ୍ରାହକମାନେ ସବୁ ଚିନ୍ତାରେ ଥିବାବେଳେ ଆଜି ଆମେ ଆପଣଙ୍କୁ ଏମିତି ଏକ ତଥ୍ୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଆଶ୍ୱସ୍ତି ଦେବ। କାରଣ ଏବେବି ଜିଓର ପ୍ରିପେଡ୍‌ ପ୍ଲାନରେ କରିବାର ଏକ ଉପାୟ ରହିଛି।

ଏହା ପଛର କାରଣ ଟ୍ରାଇର ଟାରିଫ ପ୍ରୋଟେକସନ୍‌ କମ୍ପ୍‌ଲାଏନ୍ସ। ଏହାଦ୍ୱାରା ଟେଲିକମ୍‌ କମ୍ପାନୀ କୌଣସି ବି ଟାରିଫ୍‌ ପ୍ଲାନକୁ ଅତିକମରେ ଛଅ ମାସ ପର୍ଯ୍ୟନ୍ତ ଉପଲବ୍ଧ ରଖିବାକୁ ହୋଇଥାଏ। ଅନ୍ୟ ଟେଲିକମ୍‌ ଅପରେଟର୍ସ ମଧ୍ୟ ଏହାକୁ ପାଳନ କରୁଛନ୍ତି କିନ୍ତୁ ଜିଓ ମୁକାବିଲାରେ ଅନ୍ୟ ଟେଲିକମ୍‌ ଅପରେଟର୍ସରେ ପୁରୁଣା ପ୍ଲାନକୁ ଫେରିପାଇବା ସହଜ ନୁହେଁ।

jioଏପରି କରାନ୍ତୁ ରିଚାର୍ଜ

ଜିଓର ପୁରୁଣା ପ୍ଲାନ ପାଇଁ ଆପଣଙ୍କୁ ନିଜର ଜିଓ ଆକାଉଣ୍ଟକୁ ଲଗଇନ୍‌ କରିବାକୁ ହେବ। ଲଗଇନ୍‌ କରିବା ପରେ ଜିଓ ନମ୍ବର ବକ୍ସରେ ସେଟିଙ୍ଗ୍‌ ଆଇକନ୍‌ ଉପରେ କ୍ଲିକ କରନ୍ତୁ। କ୍ଲିକ୍‌ କରିବା ପରେ ଆପଣଙ୍କୁ ଟାରିଫ୍‌ ପ୍ରୋଟେକ୍ସନର ଅପସନ୍‌ ଦେଖାଯିବ। ଏହା ଉପରେ କ୍ଲିକ କରିବା ପରେ ପୁରୁଣା ପ୍ରିପେଡ୍‌ ପ୍ଲାନ୍ସର ଲିଷ୍ଟ ଆସିଯିବ। ଏଠାରେ ଆପଣ ନିଜ ମନପସନ୍ଦର ରିଚାର୍ଜ ପ୍ଲାନକୁ ସିଲେକ୍ଟ କରିପାରିବେ।

କୌଣସି ଆକ୍ଟିଭ୍‌ ପ୍ଲାନ୍‌ ଜରୁରୀ ନୁହେଁ

କିନ୍ତୁ ଗୋଟେ ଧ୍ୟାନରେ ରଖନ୍ତୁ ଯେ ଏହି ଟାରିଫ୍‌ ପ୍ରୋଟେକସନ୍‌ ଅପସନ୍‌ ସେତେବେଳେ କାମ କରିବ ଯେତେବେଳେ ଆପଣଙ୍କ ନମ୍ବରରେ କୌଣସି ଆକ୍ଟିଭ୍‌ ପ୍ଲାନ ରହିନଥିବ। ଯଦି ଆପଣଙ୍କ ନମ୍ବରରେ କୌଣସି ପ୍ଲାନ ଆକ୍ଟିଭ୍‌ ଥିବ ସେତେବେଳେ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.