Below header

ଆଠଗଡ଼: ବଣଭୋଜିରେ ଯାଇ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ମନ୍ଦିରର ୯୦ ଛାତ୍ରଛାତ୍ରୀ ଅସୁସ୍ଥ, ୨୦ ଗୁରୁତର

ଆଠଗଡ଼: ବଣଭୋଜି କରିବାକୁ ଯାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ । ଘରକୁ ଫେରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିବା ସହ ମୁଣ୍ଡ ବୁଲାଇବା ଓ ବାନ୍ତି ହୋଇଥିଲା । ସେମାନଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ମନ୍ଦିରର ୧୪୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ବଣଭୋଜିରେ ଯାଇଥିଲେ । ସେଠାରୁ ଫେରି ଅସୁସ୍ଥ ହେବା ପରେ ଛାତ୍ରଛାତ୍ରୀଙ୍କୁ ଆଠଗଡ଼ ଓ ମାଧପୁର ଡାକ୍ତରଖାନା ଏବଂ ଖୁଣ୍ଟୁଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା କହିଛନ୍ତି ଡାକ୍ତର । କିଛି ପିଲା ଚିକିତ୍ସା ପରେ ଘରକୁ ଫେରି ପୁଣି ଅସୁସ୍ଥ ହେବାରୁ ସେମାନଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ ମେଡିକାଲରେ ପହଞ୍ଚି ଅସୁସ୍ଥ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏହାସହ ସମସ୍ତ ଗୁରୁତର ଓ ଅସୁସ୍ଥଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଆଠଗଡ଼ ଓ ମାଧପୁର ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.