ମାଲକାନଗିରି ମେଡିକାଲ ନିକଟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର : ଶରୀରରେ ଏକାଧିକ କ୍ଷତ, ନାହିଁ ଗୋଟିଏ ଗୋଡ଼

ମାଲକାନଗିରି: ମାଲକାନଗିରିରେ ଚାଞ୍ଚଲ୍ୟ। ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟୁ ନବଜାତ ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିଶୁ ଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ଗୋଟିଏ ଗୋଡ଼ ମଧ୍ୟ ନାହିଁ। ଏହାକୁ କେଉଁ ଅଜଣା ଜନ୍ତୁ ଖାଇ ଦେଇଥିବା ଅନୁମାନ କରାଯାଉଛି। ନବଜାତର ମୃତ୍ୟୁ ହେବା ପରେ ତାକୁ ସେଠାରେ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଲୋକମାନେ ଏହାକୁ ଦେଖିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.