ଦେଶ ବିଦେଶ

ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ମଞ୍ଜୁରୀ, ୧ କୋଟି ଲୋକଙ୍କ ଘରେ ଲାଗିବ ସୋଲାର ପ୍ୟାନେଲ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ‘ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’କୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୩ରେ ଏହି ଯୋଜନା ଆରମ୍ଭ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆଜି ପିଏମ୍‌ ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ କରାଯାଇଛି । ଏଥିରେ ୧ କୋଟି ପରିବାର ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ ।

ରୁଫ୍‌ଟପ ସୋଲାର ପ୍ୟାନେଲ ପାଇବାକୁ ଆପ୍ଲାଏ କରିଥିବା ପ୍ରତ୍ୟେକ ପରିବାରକୁ ୧ କିଲୋୱାଟ ପ୍ୟାନେଲ ପାଇଁ ୩୦,୦୦୦ ଟଙ୍କା ଏବଂ ୨ କିଲୋୱାଟ ପାଇଁ ୬୦,୦୦୦ ଟଙ୍କା ସବସିଡି ମିଳିବ । ଯେତେବେଳେ କି, ୩ କିଲୋୱାଟ କିମ୍ବା ଏହାଠୁ ଉପର ସିଷ୍ଟମ୍‌ ପାଇଁ ୭୮୦୦୦ ଟଙ୍କାର ସବ୍‌ସିଡି ମିଳିପାରିବ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦକ ଭାରତର ନିବାସୀ ହେବା ଜରୁରୀ। ନିଜର ଘର ଥିବା ଗରିବ ଏବଂ ମଧ୍ୟମ ଆୟ କରୁଥିବା ପରିବାର ଏଥିପାଇଁ ଆବେଦନ କରିପାରିବେ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମାଗଣା ବିଜୁଳି ଯୋଜନା ଅଧୀନରେ ଦେଶର ୧ କୋଟି ଘର ଉପରେ ସୋଲାର ପ୍ୟାନେଲ ଲଗାଯିବ ଏବଂ ଏହି ପୋଜେକ୍ଟ ଉପରେ ସରକାର ମୋଟ ୭୫,୦୨୧ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ମଡେଲ ସୋଲାର ଭିଲେଜ ମଧ୍ୟ ଡେଭେଲପ୍‌ କରାଯିବ ।

Roshni

Recent Posts

ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଜଙ୍ଗଲ ମଧ୍ୟକୁ ନଯିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ

କରଞ୍ଜିଆ (କେନ୍ୟୁଜ): ପୁଣି ବାହୁଡିଲେ ୨୭ ଟିକିଆ ହାତୀପଲ । ସକାଳୁ ସକାଳୁ କେନ୍ଦୁଝର ବୈତରଣୀ ନଦୀ ପାର ହେଇ…

4 mins ago

ନିର୍ବାଚନ ସରିବା ପରେ ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

57 mins ago

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର ।…

2 hours ago

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ: ଘରେ ପଶିଲା ପାଣି, ଭାଙ୍ଗିଲା ଚାଳ ଛପର

ମାଲକାନଗରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ ।  ମାଲକାନଗରି ସଦର ମହକୁମାରେ ତାଣ୍ଡବ ରଚିଛି କାଳବୈଶାଖୀ ।  ବର୍ଷା ପ୍ରଭାବରେ ବାଲି…

2 hours ago

ପେଟ୍ରୋଲ ଓ ଡିଜେଲ ଦର ସ୍ଥିର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତେଲ ରେଟ

ଭୁବନେଶ୍ୱରରେ ସ୍ଥିର ଅଛି ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

2 hours ago

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

2 hours ago