ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ମଞ୍ଜୁରୀ, ୧ କୋଟି ଲୋକଙ୍କ ଘରେ ଲାଗିବ ସୋଲାର ପ୍ୟାନେଲ

କେନ୍ଦ୍ର ମନ୍ତ୍ରୀମଣ୍ଡଳ 'ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା'କୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କରାଯିବ ।

କେନ୍ଦ୍ର ମନ୍ତ୍ରୀମଣ୍ଡଳ ‘ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’କୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୩ରେ ଏହି ଯୋଜନା ଆରମ୍ଭ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆଜି ପିଏମ୍‌ ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ କରାଯାଇଛି । ଏଥିରେ ୧ କୋଟି ପରିବାର ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ ।

ରୁଫ୍‌ଟପ ସୋଲାର ପ୍ୟାନେଲ ପାଇବାକୁ ଆପ୍ଲାଏ କରିଥିବା ପ୍ରତ୍ୟେକ ପରିବାରକୁ ୧ କିଲୋୱାଟ ପ୍ୟାନେଲ ପାଇଁ ୩୦,୦୦୦ ଟଙ୍କା ଏବଂ ୨ କିଲୋୱାଟ ପାଇଁ ୬୦,୦୦୦ ଟଙ୍କା ସବସିଡି ମିଳିବ । ଯେତେବେଳେ କି, ୩ କିଲୋୱାଟ କିମ୍ବା ଏହାଠୁ ଉପର ସିଷ୍ଟମ୍‌ ପାଇଁ ୭୮୦୦୦ ଟଙ୍କାର ସବ୍‌ସିଡି ମିଳିପାରିବ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦକ ଭାରତର ନିବାସୀ ହେବା ଜରୁରୀ। ନିଜର ଘର ଥିବା ଗରିବ ଏବଂ ମଧ୍ୟମ ଆୟ କରୁଥିବା ପରିବାର ଏଥିପାଇଁ ଆବେଦନ କରିପାରିବେ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମାଗଣା ବିଜୁଳି ଯୋଜନା ଅଧୀନରେ ଦେଶର ୧ କୋଟି ଘର ଉପରେ ସୋଲାର ପ୍ୟାନେଲ ଲଗାଯିବ ଏବଂ ଏହି ପୋଜେକ୍ଟ ଉପରେ ସରକାର ମୋଟ ୭୫,୦୨୧ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ମଡେଲ ସୋଲାର ଭିଲେଜ ମଧ୍ୟ ଡେଭେଲପ୍‌ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.