ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ
ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାକୁ ପଡୁଛି । ଏବେ ଦଳକୁ ଆଉ ଏକ ଝଟକା ଲାଗିଛି । ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଜତ ।
ଭୁବନେଶ୍ୱର (କେନ୍ୟୁଜ): ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାକୁ ପଡୁଛି । ଏବେ ଦଳକୁ ଆଉ ଏକ ଝଟକା ଲାଗିଛି । ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଜତ । ୨୦୧୪ରୁ ୨୦୧୬ ଯୁବ କଂଗ୍ରେସ ସଭାପତି ଓ ପରେ ପିସିସି ସାଧାରଣ ସମ୍ପାଦକ ପଦରେ ଥିଲେ ରଜତ। ଇସ୍ତଫାର ସଠିକ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ବି ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସେ କଂଗ୍ରେସ ଛାଡିଥିବା ଚର୍ଚ୍ଚା ହେଉଛି ।