ୟୁଜରଙ୍କୁ ମିଳିଲା ବଡ଼ ଝଟକା, ଏହି ଦେଶରେ ଖୁବଶୀଘ୍ର ବନ୍ଦ ହୋଇଯିବ ଗୁଗଲ ପେ
ଗୁଗଲ ପେ ର ଭାରତୀୟ ୟୁଜରମାନଙ୍କୁ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହା କେବଳ ଆମେରିକାରେ ବନ୍ଦ ହେବାକୁ ଯାଉଛି । ଜୁନ୍ ୪ ପରେ ଏହି ଆପ୍ କେବଳ ଭାରତ ଏବଂ ସିଙ୍ଗାପୁରରେ କାମ କରିବ । ଗୁଗଲ ପେ’ର ସ୍ୱତନ୍ତ୍ର ଆପ୍ ଅନ୍ୟ ଦେଶରେ ଉପଲବ୍ଧ ହେବ ନାହିଁ ।
ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ ଆକ୍ସନ ନେବା ପରେ ଗୁଗଲ୍ କମ୍ପାନୀ ବର୍ତ୍ତମାନ ଏହାର ପେମେଣ୍ଟ୍ ଆପ୍ ଗୁଗଲ୍ ପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ମିଳିଥିବା ସୂଚନା ଅନୁଯାୟୀ ଗୁଗଲର ଏହି ପେମେଣ୍ଟ ଆପ୍ ଆମେରିକାରେ ୪ ଜୁନ୍ ୨୦୨୪ ରେ ବନ୍ଦ ହୋଇଯିବ। ୨୦୨୨ ମସିହାରେ ଆରମ୍ଭ ହୋଇଥିବା ଗୁଗଲ୍ ୱାଲେଟ୍ ଆପ୍ କୁ ବଢ଼ାଇବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଗୁଗଲ ପେ ର ଭାରତୀୟ ୟୁଜରମାନଙ୍କୁ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହା କେବଳ ଆମେରିକାରେ ବନ୍ଦ ହେବାକୁ ଯାଉଛି । ଜୁନ୍ ୪ ପରେ ଏହି ଆପ୍ କେବଳ ଭାରତ ଏବଂ ସିଙ୍ଗାପୁରରେ କାମ କରିବ । ଗୁଗଲ ପେ’ର ସ୍ୱତନ୍ତ୍ର ଆପ୍ ଅନ୍ୟ ଦେଶରେ ଉପଲବ୍ଧ ହେବ ନାହିଁ ।
ଏହି ଦେଶରେ ଗୁଗଲ୍ ପେ ସର୍ଭିସ ବନ୍ଦ ରହିବ
କମ୍ପାନୀ କହିବା ଅନୁଯାୟୀ ସମସ୍ତ ୟୁଜରଙ୍କୁ ଗୁଗଲ ୱାଲେଟକୁ ଟ୍ରାନ୍ସଫର କରାଯିବ । ଜୁନ୍ ୪ରୁ ଆମେରିକାରେ ସ୍ୱତନ୍ତ୍ର ଗୁଗଲ୍ ପେ ଆପ୍ ଅଦରକାରୀ ହୋଇଯିବ । ଗୁଗଲ୍ ୱାଲେଟରେ ଇନ-ଷ୍ଟୋର ଟ୍ୟାପ୍-ଟୁ-ପେ ଏବଂ ପେମେଣ୍ଟ ମେଥଡ ମ୍ୟାନେଜମେଣ୍ଟ ଭଳି ଲୋକପ୍ରିୟ ଫିଚରଗୁଡିକ ୟୁଜରମାନେ ବ୍ୟବହାର କରିବାକୁ ସକ୍ଷମ ହେବେ । ଆମେରିକାରେ ଗୁଗଲ୍ ୱାଲେଟ୍ ର ବ୍ୟବହାର ଗୁଗଲ୍ ପେ ତୁଳନାରେ ୫ ଗୁଣା ଅଧିକ ।
ଗୁଗଲ୍ ପେ ଆପ୍ ବନ୍ଦ ହେବା ପରେ ଆମେରିକୀୟ ୟୁଜରମାନେ ଏହି ଆପ୍ ମାଧ୍ୟମରେ ଅନ୍ୟ ଲୋକଙ୍କୁ ଟଙ୍କା ପଠାଇବା କିମ୍ବା ଗ୍ରହଣ କରିବାରେ ସକ୍ଷମ ହେବେ ନାହିଁ। ଗୁଗଲ କହିଛି ଯେ ଏହା ସବୁବେଳେ ଏହାର ୟୁଜରଙ୍କୁ ଅପଡେଟ୍ ଦେବା ଜାରି ରଖିବ। ୟୁଜରମାନେ ସେମାନଙ୍କର GPay ବାଲାନ୍ସକୁ ୪ ଜୁନ୍ ୨୦୨୪ ପରେ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ସମର୍ଥ ହେବେ । ଏଥିପାଇଁ ୟୁଜରମାନଙ୍କୁ ଗୁଗଲ୍ ପେ ୱେବସାଇଟ୍ ବ୍ୟବହାର କରିବାକୁ ପଡିବ ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ପେମେଣ୍ଟ ଆପ୍ ବନ୍ଦ କରିବା ପାଇଁ ଗୁଗଲ ଏହି ନିଷ୍ପତ୍ତି ନେଇଛି । କମ୍ପାନୀ ୨୦୧୧ ରେ ଗୁଗଲ୍ ୱାଲେଟ୍ ଲଞ୍ଚ କରିଥିଲା । ଏହା ପରେ ଗୁଗଲ ୨୦୧୫ ରେ ଆଣ୍ଡ୍ରଏଡ୍ ପେ ଆପ୍ ଲଞ୍ଚ କରିଥିଲା, ଯେଉଁଥିରେ ଗୁଗଲ୍ ୱାଲେଟ୍ ଇଣ୍ଟିଗ୍ରେଟ୍ ହୋଇଥିଲା । ଏହା ପରେ ଗୁଗଲ୍ ୨୦୧୬ରେ ଗୁଗଲ୍ ୱାଲେଟ୍ କାର୍ଡ ବନ୍ଦ କରିଦେଲା ।
ବର୍ତ୍ତମାନ କମ୍ପାନୀ ପୁଣିଥରେ ଏହାର ସମସ୍ତ ସର୍ଭିସକୁ ଗୁଗଲ ୱାଲେଟରେ ଇଣ୍ଟିଗ୍ରେଟ୍ କରିବାକୁ ନିଷ୍ପତ୍ତି ନେଇଛି । ଗୁଗଲ ପ୍ରଥମେ ଭାରତରେ ତେଜ ଆପ୍ ଲଞ୍ଚ କରିଥିଲା, ଯାହା ପରେ ଏହାକୁ ଗୁଗଲ୍ ପେ ନାମରେ ନାମିତ କରାଯାଇଥିଲା । ବର୍ତ୍ତମାନ ଏହା GPay ନାମରେ ଗୁଗଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ । ଭାରତରେ ଗୁଗଲ୍ ପେ ଆପ୍ ମାଧ୍ୟମରେ UPI ପେମେଣ୍ଟ କରାଯାଉଛି ।