ବେପରୁଆ ଭାବେ ଗାଡି ଚଳାଇ ଶୌଚାଳୟ କାନ୍ଥ ଭାଙ୍ଗିଲେ ଯୁବକ, ୫ ଆହତ

ଦ୍ରୁତ ଗତିରେ ଆସୁଥିବା ଏକ ଅଡି କାରର ଡ୍ରାଇଭର କାରକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ କାରଟି ସେକ୍ଟର ୩୯ ରେ ଅବସ୍ଥିତ ବଟାନିକାଲ୍ ଗାର୍ଡେନ୍ ନିକଟରେ ଥିବା ଶୌଚାଳୟର କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରିଯାଇଥିଲା । ଏହି ଦୁର୍ଘଟଣା ଯୋଗୁଁ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଡ୍ରାଇଭରଙ୍କର ବେପରୁଆ ଭାବରେ ଗାଡି ଚଲାଇବାର ଭୟାବହ ପରିଣାମ ଦେଖିବାକୁ ମିଳିଛି ଏଠାରେ ।

କଥାରେ ଅଛି ଦ୍ରୁତ ଗତି ମହା ବିପତ୍ତି । ତଥାପି ଲୋକଙ୍କର ସ୍ପିଡରେ ଗାଡି ଚଳାଇବା ବନ୍ଦ ହେଉନି । ତେଣୁ ଦିନକୁ ଦିନ ଦୁର୍ଘଟଣାର ମାମଲା ବଢ଼ିବାରେ ଲାଗିଛି । ତଥାପି ଲୋକେ ସତର୍କ ହେବାର ନାଁ ନେଉନାହାନ୍ତି । ତେବେ ନିକଟରେ ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶର ନୋଏଡାର କୋଟୱାଲୀ ୩୯ ଅଞ୍ଚଳରେ ଅତ୍ୟଧିକ ସ୍ପିଡରେ ଗାଡି ଚଳାଇବା ଯୋଗୁଁ ଏକ ଦୁର୍ଘଟଣାର ଖବର ଏବେ ସାମ୍ନାକୁ ଆସିଛି ।

ଏବେ ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏଠାରେ କୌଣସି ଗାଡି ସହ ଧକ୍କା ହୋଇ ନୁହେଁ ନିଜେ ଅତି ଦ୍ରୁତ ଗତିରେ ଗାଡି ଚଲାଇବା ପରେ ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣାର ଶିକାର ହୋଇଛି ଏହି କାରଟି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଅଡି କାରର ଡ୍ରାଇଭର କାରକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ କାରଟି ସେକ୍ଟର ୩୯ ରେ ଅବସ୍ଥିତ ବଟାନିକାଲ୍ ଗାର୍ଡେନ୍ ନିକଟରେ ଥିବା ଶୌଚାଳୟର କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରିଯାଇଥିଲା ।

ଏହି ଦୁର୍ଘଟଣା ଯୋଗୁଁ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଡ୍ରାଇଭରଙ୍କର ବେପରୁଆ ଭାବରେ ଗାଡି ଚଲାଇବାର ଭୟାବହ ପରିଣାମ ଦେଖିବାକୁ ମିଳିଛି ଏଠାରେ । ନୋଏଡା ଡିସିପି ବିଦ୍ୟାସାଗର ମିଶ୍ର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ସମୟରେ କାରଟି ସେକ୍ଟର ୧୮ ରୁ ସେକ୍ଟର ୩୭ ଅଣ୍ଡରପାସ୍ ଆଡକୁ ଆସୁଥିଲା । ଅଧିକ ବେଗ ଯୋଗୁଁ ଡ୍ରାଇଭର କାରକୁ ନିୟନ୍ତ୍ରଣ କରିପାରିନଥିଲା ଏବଂ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ସେକ୍ଟର ୩୭ ନିକଟରେ ଥିବା ଏକ ଶୌଚାଳୟ ସହିତ ଧକ୍କା ହୋଇ କାନ୍ଥ ଭାଙ୍ଗି ଭିତରେ ପଶିଯାଇଥିଲା ।

କାରରେ ପାଞ୍ଚ ଜଣ ଥିଲେ, ଯେଉଁମାନେ ସାମାନ୍ୟ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଅଧିକାରୀ ଏବଂ ଟ୍ରାଫିକ ବିଭାଗର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ କାରଟିକୁ ଶୌଚାଳୟରୁ ବାହାର କରି ନେଇଥିଲେ । ବର୍ତ୍ତମାନ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.